ଓଡିଶା

odisha

By ETV Bharat Odisha Team

Published : Oct 4, 2023, 8:00 PM IST

ETV Bharat / state

ଶାବର ଶ୍ରୀକ୍ଷେତ୍ରର ଜ୍ଞାନ ମନ୍ଦିର ଗ୍ରନ୍ଥାଳୟ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କୋରାପୁଟର ଜଗନ୍ନାଥ ମନ୍ଦିର ପରିସରରେ ଥିବା ଜ୍ଞାନ ମନ୍ଦିର ଗ୍ରନ୍ଥାଳୟ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ । ଅଧିକ ପଢନ୍ତୁ

ଜ୍ଞାନ ମନ୍ଦିର ଗ୍ରନ୍ଥାଳୟ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ
ଜ୍ଞାନ ମନ୍ଦିର ଗ୍ରନ୍ଥାଳୟ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ

ଜ୍ଞାନ ମନ୍ଦିର ଗ୍ରନ୍ଥାଳୟ ଓ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟର ଜଗନ୍ନାଥ ମନ୍ଦିର ପରିସରରେ ଥିବା ଜ୍ଞାନ ମନ୍ଦିର ଗ୍ରନ୍ଥାଳୟ ଓ ଗବେଷଣା କେନ୍ଦ୍ରରେ ଲାଗିଥିଲା ନିଆଁ । ଗବେଷଣା ଗାରରେ ବହୁ ପୂରାତନ ମୂଲ୍ୟବାନ ପାଣ୍ଡୁଲିପି ଓ ପୁସ୍ତକ ସଂଗୃହିତ ହୋଇଥିବା ବେଳେ ନିଆଁ ତଳ ମହଲାରୁ ଲାଗିବା ଆରମ୍ଭ ହୋଇଥିଲା । ଅଗ୍ନିଶମ ବିଭାଗ ନିଆଁ ଲାଗିବାର କିଛି ସମୟ ମଧ୍ୟରେ ପହଞ୍ଚି ଅଗ୍ନି ଉପରେ ନିୟନ୍ତ୍ରଣ ଆଣିଥିବା ଯୋଗୁଁ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଥିବା ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଜ୍ଞାନ ମନ୍ଦିରର ତଳ ମହଲାରେ ବିଦ୍ୟୁତ ସର୍ଟସର୍କିଟ ହୋଇ ଏହି ଅଗ୍ନିଲାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଜ୍ଞାନ ମନ୍ଦିରର ଅନେକ ପୁସ୍ତକ ଗୁଡିକୁ ରହିଛି । ଏହି ସବୁ ପୁସ୍ତକ ପଢିବା ପାଇଁ ଅନେକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ ଗବେଷକ ନୀତିଦିନ ଆସିଥାନ୍ତି । ଆଜି ଦିନ ୧ଘଣ୍ଟା ସମୟରେ ହଠାତ୍‌ ଲାଇବ୍ରେରିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ପରେ ସମ୍ପୂର୍ଣ୍ଣ ପରିବେଶ ଧୂଆଁ ମୟ ହୋଇଯାଇଥିଲା । ଜ୍ଞାନ ମନ୍ଦିର ମଧ୍ୟରେ ପଢୁଥିବା କିଛି ବ୍ୟକ୍ତି ଏହା ଦେଖି ପ୍ରାଣ ବିକଳରେ ବାହାରକୁ ଆସି ମନ୍ଦିର କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ପରେ କର୍ତ୍ତୃପକ୍ଷ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀର 2ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଭବନ ନିର୍ମାଣ ପରଠାରୁ ଅନେକ ବର୍ଷ ବିତିଯାଇଥିଲେ ହେଁ ପୁରୁଣା ହୋଇଯାଇଥିବା ବିଦ୍ୟୁତ ତାର ଗୁଡିକର ସ୍ଥିତି ପରୀକ୍ଷା କରାଯାଇନଥିବା କହିଛନ୍ତି ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର କମିଟି ସମ୍ପାଦକ ।

ଏହା ମଧ୍ୟ ପଢନ୍ତୁ...ବାଲେଶ୍ବରରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର କମିଟି ସମ୍ପାଦକ ଜଗବନ୍ଧୁ ସାମଲ କହିଛନ୍ତି, ‘‘ଜ୍ଞାନ ମନ୍ଦିରରେ ଅଚାନକ ନିଆଁ ଲାଗିଯିବାର ସୂଚନା ମିଳିଥିଲା । ତୁରନ୍ତ ଆମେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲୁ । ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଗ୍ରନ୍ଥାଗାରରେ ଅନେକ ମୂଲ୍ୟବାନ ପୁସ୍ତକ ରହିଥିବା ବେଳ ସବୁ ପୁସ୍ତକ ସୁରକ୍ଷିତ ରହିଛି । ତେବେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହେବା ପରେ ତାର ଗୁଡିକର ଆବଶ୍ୟକ ସ୍ଥଳେ ପୁନରୁଦ୍ଧାର କରାଯିବ ।’’

ଏହା ମଧ୍ୟ ପଢନ୍ତୁ...Tragic Incident: ଚଟାଣରେ ଶୋଇଥିଲେ, ବିଦ୍ୟୁତ ଆଘାତରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ଇଟଭି ଭାରତ, କୋରାପୁଟ

ABOUT THE AUTHOR

...view details