କୋରାପୁଟ:୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରକାଶ ପାଇଛି କୋରାପୁଟ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା । ଜିଲ୍ଲାର ୫ ଗୋଟି ବିଧାନସଭା କ୍ଷେତ୍ରରେ ମୋଟ ୯୬,୯୦୯୧ ଭୋଟର ଥିବା ଜଣାପଡିଛି । ଗତକାଲି(ଶୁକ୍ରବାର) ଉପଜିଲ୍ଲାପାଳ ବେଣୁଧର ଶବର କୋରାପୁଟ, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ର ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏହି ତିନୋଟି ବିଧାନସଭା କ୍ଷେତ୍ରରେ ୨୦୨୪ ଅନୁସାରେ ଚୂଡାନ୍ତ ଭୋଟର ସଂଖ୍ୟା ୫୪,୮୯୦୦ ରହିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଉପଜିଲ୍ଲାପାଳଙ୍କ ସୂଚନା ମୁତାବକ, ୧୪୪-କୋରାପୁଟ ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ସଂଖ୍ୟା ୧୯୦୩୪୧ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୯୨,୯୨୧ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୯,୭୪୦୮ ରହିଛି ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୧୨ ରହିଥିବା ଜଣାପଡିଛି । ସେହିପରି ୧୪୧-ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ସଂଖ୍ୟା ୧,୭୨,୪୮୩ ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୮୧,୭୩୨ ଓ ମହିଳା ଭୋଟରଙ୍କ ସଂଖ୍ୟା ୯୦,୭୩୨ ରହିଛି । ଏଥିସହ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୧୯ ରହିଛି ।
ସେହିପରି ୧୪୫-ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ସଂଖ୍ୟା ୧୮୬,୦୭୬ ରହିଛି । ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୯୦,୧୦୦ ଓ ମହିଳା ଭୋଟରଙ୍କ ସଂଖ୍ୟା ୯୫,୯୭୦ ରହିଛି ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୦୬ ରହିଥିବା ଜଣାପଡିଛି । ତେବେ ଏହି ତିନୋଟି ବିଧାନସଭା କ୍ଷେତ୍ରରେ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୮,୫୮୦ ରହିଥିବା ବେଳେ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୩୭ ରହିଛି । ଗତ ବର୍ଷକ ମଧ୍ୟରେ ଭୋଟର ସଂଖ୍ୟା ୨୦,୫୬୩ ବୃଦ୍ଧି ପାଇଥିବା ଉପଜିଲ୍ଲାପାଳ ବେଣୁଧର ଶବର କହିଛନ୍ତି ।