ଓଡିଶା

odisha

ETV Bharat / state

ସଡକକୁ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

କୋରାପୁଟ ଜିଲ୍ଲାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ସଡକ ପରିବହନ ବିଭାଗ ଦ୍ୱାରା ଅନୁଷ୍ଠିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ରର ଅଣ ଓଡ଼ିଆ ବିଭାଗରେ ସ୍ୱରଚିତ ଚଳଚ୍ଚିତ୍ର ସଡକ ପ୍ରଦର୍ଶନ କରି ପୁରସ୍କୃତ ହୋଇଛି କୋରାପୁଟ । ଅଧିକ ପଢନ୍ତୁ

By

Published : Jun 29, 2022, 8:02 PM IST

ସଡକକୁ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର
ସଡକକୁ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

କୋରାପୁଟ:ଜିଲ୍ଲାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ସଡକ ପରିବହନ ବିଭାଗ ଦ୍ୱାରା ଅନୁଷ୍ଠିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ରର ଅଣ ଓଡ଼ିଆ ବିଭାଗରେ ସ୍ୱରଚିତ ଚଳଚ୍ଚିତ୍ର ସଡକ ପ୍ରଦର୍ଶନ କରି ପୁରସ୍କୃତ ହୋଇଛି କୋରାପୁଟ । ଏହି ସଫଳତା ସମଗ୍ର କୋରାପୁଟ ପାଇଁ ଗୌରବ ଆଣି ଦେଇଛି ।

ସଡକକୁ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପୁରସ୍କାର

ସଡ଼କ ସୁରକ୍ଷା ଉପରେ ଆଧାରିତ ଦୁଇ ମିନଟ ଭିଡିଓ ପ୍ରସ୍ତୁତ କରି ସାରା ଦେଶରୁ 230ଟି କ୍ଷୁଦ୍ର ଚଳଚ୍ଚିତ୍ର ଏହି ଉତ୍ସବରେ ସାମିଲ ହୋଇଥିବା ବେଳେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରସ୍ତୁତ ନିଜସ୍ଵ ଚଳଚ୍ଚିତ୍ର ଚୂଡାନ୍ତ 42ଟି ଶୀର୍ଷ ସ୍ଥାନକୁ ପହଞ୍ଚିପାରିଥିଲା । ରାଉରକେଲା ଓ ପୁରୀରେ ହୋଇଥିବା ସ୍କ୍ରିନିଂ ପରେ ଏହି ଶିଶୁଙ୍କ ପ୍ରସ୍ତୁତିକୁ ଭୂୟସୀ ପ୍ରଶଂସା କରାଯାଇଛି। ଏହାସହ ଦୁଇଜଣ ଶିଶୁ କଳାକାର ସ୍ଵଦିତି ସୁଲଗ୍ନା ଓ ସ୍ୱେତଲଗ୍ନା ଶତପଥୀଙ୍କୁ ଶ୍ରେଷ୍ଠ କଳାକାର ଭାବେ ପୁରସ୍କୃତ କରାଯାଇଛି । ଚଳଚ୍ଚିତ୍ରର ଲେଖକ ଓ ନିର୍ଦ୍ଦେଶକ ଦେଇଛନ୍ତି ବିଦ୍ୟାଳୟର ଶିକ୍ଷକ ତରୁଣ କୁମାର ଦାସ ଜଣାଇଛନ୍ତି ।

ଏହି ଚଳଚ୍ଚିତ୍ରକୁ ବିଦ୍ୟାଳୟର ଛାତ୍ର ଆୟୁଷ ଦାସ କ୍ୟାମେରାରେ ଉତ୍ତୋଳନ କରିଥିବା ଯୋଗୁଁ ତାଙ୍କୁ ମଧ୍ୟ ସମସ୍ତ ବିଚାରକ ଅଭିନନ୍ଦନ ଜଣାଇଛନ୍ତି । ଆୟୁଷଙ୍କ ପାଇଁ କ୍ୟାମେରାରେ ଚିତ୍ର ଉତ୍ତୋଳନ କରି ଚଳଚ୍ଚିତ୍ର ନିର୍ମାଣ କରିବା ପ୍ରଥମ ଥର ହୋଇଥିଲେ ମଧ୍ୟ ଏହି ଅଭିଜ୍ଞତା ବଳରେ ସେ ଭବିଷ୍ୟତରେ ଚଳଚ୍ଚିତ୍ର ପାଇଁ ସିନେମାଟୋଗ୍ରାଫିକୁ ନେଇ କ୍ୟାରିଅର କରିବା ପାଇଁ ଅନୁପ୍ରାଣିତ ହୋଇଥିବା ଜଣାଇଛନ୍ତି । ଏହି ଚଳଚ୍ଚିତ୍ରରେ ସ୍ୱାଦିତି ଦେଇଥିବା ଭୋଇସ ଓଭର କୁ ମଧ୍ୟ ବିଚାରକ ମାନେ ପ୍ରଶଂସା କରି ସ୍ବତନ୍ତ୍ର ଭାବେ ପୁରସ୍କୃତ କରିଛନ୍ତି। ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଏହି ଅଭୂତପୂର୍ବ ସଫଳତାରେ ଆନନ୍ଦିତ ହୋଇ ବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ବିଶ୍ଵାଳ ଏବଂ ଅଭିଭାବକ ମାନେ ପୁରସ୍କାର ସହ କୋରାପୁଟ ଫେରିଥିବା ଅବସରରେ ସେମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କରିଛନ୍ତି । କେବଳ ଶ୍ରେଣୀଗୃହରେ ଉଚ୍ଚ ମାନର ପ୍ରଦର୍ଶନରେ ଆବଦ୍ଧ ନ ହୋଇ ଛାତ୍ରଛାତ୍ରୀ ଏପରି ବିଭିନ୍ନ କଳାତ୍ମକ ସୃଷ୍ଟି କରିବା ପାଇଁ ବିଦ୍ୟାଳୟ ସଦାସର୍ବଦା ପ୍ରୋତ୍ସାହନ ଯୋଗାଇ ଆସିଛି ଓ ଭବିଷ୍ୟତରେ ବି ଜାରି ରଖିବେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details