କୋରାପୁଟ: ଶେଷ ପର୍ଯ୍ୟାୟରେ ଶାବର ଶ୍ରୀକ୍ଷେତ୍ରର ରଥରେ ଅବସ୍ଥାନ କରିବାକୁ ଥିବା ପାର୍ଶ୍ଵ ଦେବତାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ। ବର୍ତ୍ତମାନ ତିନି ଠାକୁର ମୁଖ୍ୟ ମନ୍ଦିରରେ ଆଦିବାସୀ ସେବକଙ୍କ ଦ୍ୱାରା ସେବା ପାଉଛନ୍ତି । ଏହି ସମୟରେ ସାଧାରଣ ଭକ୍ତଜନ ମୁଖ୍ୟ ମନ୍ଦିରର ମୁଖଶାଳାରେ ପଟି ଦିଅଁଙ୍କ ଦର୍ଶନ କରୁଛନ୍ତି ।
ଅନ୍ୟପଟେ ତିନିରଥରେ ଶୋଭା ବଢାଇବା ପାଇଁ ଥିବା ପାର୍ଶ୍ଵ ଦେବତା, ଅଶ୍ୱ ଓ ସାରଥିଙ୍କ ନିର୍ମାଣ କାର୍ଯ୍ୟ ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆଖି ଆଗରେ ରଖି ଜୋରସୋରରେ ଚାଲିଥିବା ମନ୍ଦିରର ଶିଳ୍ପୀ ଖଗେଶ୍ୱର ବେହେରା କହିଛନ୍ତି ।