ଓଡିଶା

odisha

ETV Bharat / state

ଲକଡାଉନ ପ୍ରଭାବରେ ଚାଷୀ ହତାଶ - Farmers are frustrated

କୋଭିଡ଼ କଟକଣା ଯୋଗୁଁ କୋରାପୁଟରେ ଶନିବାର ଓ ରବିବାର ଦିନ ଲକଡାଉନ ଘୋଷଣା କରାଯାଇଛି । ଏହାର ପ୍ରଭାବ ସହରବାସୀଙ୍କ ଉପରେ ଯେତେ ପଡିଛି ଜୀବନ ଜୀବିକା ପାଇଁ ଅହରହ ସଂଗ୍ରାମ କରୁଥିବା ନାମମାତ୍ର ଚାଷୀଙ୍କ ଉପରେ ତାଠାରୁ ଅଧିକ ଦେଖାଗଲାଣି । ଅଧିକ ପଢନ୍ତୁ...

Farmers are frustrated by the lockdown in Koraput
ଲକଡାଉନର ପ୍ରଭାବରେ ଚାଷୀ ହତାଶ

By

Published : Apr 24, 2021, 9:05 PM IST

କୋରାପୁଟ: କୋଭିଡ଼ କଟକଣା ଯୋଗୁଁ କୋରାପୁଟରେ ଶନିବାର ଓ ରବିବାର ଦିନ ଲକଡାଉନ ଘୋଷଣା କରାଯାଇଛି । ଏହାର ପ୍ରଭାବ ସହରବାସୀଙ୍କ ଉପରେ ଯେତେ ପଡିଛି ଜୀବନ ଜୀବିକା ପାଇଁ ଅହରହ ସଂଗ୍ରାମ କରୁଥିବା ନାମମାତ୍ର ଚାଷୀଙ୍କ ଉପରେ ତାଠାରୁ ଅଧିକ ଦେଖାଗଲାଣି ।

କୋରାପୁଟରୁ ରାୟଗଡା ଅଭିମୁଖେ ଯାଉଥିବା ରାଜପଥ କଡରେ ବାରିଗୁଡା ଠାରୁ ଆରମ୍ଭ କରି ପଟ୍ଟାମାଳିଗୁଡା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚାଷୀଙ୍କୁ ପସରା ମେଲାଇ ନିଜ ଉତ୍ପାଦ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ଲକଡାଉନର ପ୍ରଭାବରେ ଚାଷୀ ହତାଶ

କୋରାପୁଟରେ ରବିବାର ହାଟ ଦିନ ବ୍ୟବସାୟୀ ଗାଁ ଗହଳିରୁ ଆସୁଥିବା ଚାଷୀଙ୍କ ଠାରୁ ପାଞ୍ଚଦଶ କାଉଡି ପରିବା କିଣିନେଉଥିବା ବେଳେ ବର୍ତ୍ତମାନ ହାଟ ମଧ୍ୟ ବନ୍ଦ ହୋଇଯାଇଥିବା ଯୋଗୁଁ ଗାଁ ପାଖ ଏହି ରାସ୍ତାରେ ଯାଉଥିବା ଲୋକଙ୍କ ଭରସାରେ ଦିନତମାମ କାକୁଡି, ଜହ୍ନି, ବାଇଗଣ, ବୋଇତାଳୁ ଭଳି ବିଭିନ୍ନ ପନିପରିବାକୁ ଧରି ବସି ରହୁଥିବା ବିରିଗୁଡାର ଯୁବଚାଷୀ ମହେଶ୍ବର ମାଳି ଜଣାଇଛନ୍ତି ।

ଗତ ବର୍ଷର କୋଭିଡ଼ କଟକଣାକୁ ମନେପକାଇ ହତାଶ ହୋଇ ପଡ଼ିଥିବା ବରିଷ୍ଠ ଚାଷୀ ଅର୍ଜୁନ ନାୟକ ଚଳିତ ବର୍ଷ ଆରମ୍ଭ ହୋଇଯାଇଥିବା କୋଭିଡ଼ କଟକଣା ଆଗକୁ କେମିତି ରହିବ ସେ ନେଇ ଚିନ୍ତିତ ହୋଇଉଠିଛନ୍ତି ।

ଚାଷୀଙ୍କୁ ଏପରି ଅବସ୍ଥାରୁ ମୁକୁଳିବା ପାଇଁ ଗତବର୍ଷ ସରକାରଙ୍କ ଦ୍ୱାରା କିଛି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇ ନଥିବା ଯୋଗୁଁ ଚଳିତ ବର୍ଷ ଯେ ସରକାର କିଛି ସହଯୋଗ ମିଳିବ ସେ ସଂକ୍ରାନ୍ତରେ କିଛି ଆଶା କରିପାରୁନଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details