ଓଡିଶା

odisha

ନିର୍ବାଚନୀ ପ୍ରତିଶୃତି ଭୁଲିଗଲେ ନେତା, ପାଣି ପାଇଁ କଲବଲ କୋଲାବ ଗ୍ରାମବାସୀ

ନିର୍ବାଚନ ବେଳେ ବିଭିନ୍ନ ପ୍ରତିଶୃତି ଦେଇ ନିର୍ବାଚନ ଜିତି ସାରିବା ପରେ କୋଲାବ ଗ୍ରାମବାସୀଙ୍କ କଥା ଭୁଲି ଯାଇଛନ୍ତି ସରକାର । କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏ ପର୍ଯ୍ୟନ୍ତ ହୋଇପାରିନାହିଁ ସରକାରଙ୍କ ଦ୍ବାରା ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାର ପ୍ରତିଶ୍ରୁତି ପାଳନ । ଅଧିକ ପଢ଼ନ୍ତୁ...

By

Published : Nov 19, 2019, 11:06 PM IST

Published : Nov 19, 2019, 11:06 PM IST

ପାଣି ପାଇଁ ଏବେ ବି ବ୍ୟାକୁଳ କୋଲାବ ଗ୍ରାମବାସୀ

କୋରାପୁଟ: ରାଜ୍ୟ ବିଧାନସଭାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲ୍ଲାରେ ପାଇପ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାରେ ଅଧାରୁ ଅଧିକା ଅଚଳ ହୋଇପଡିଥିବା ଅଭିଯୋଗ କରିଥିଲେ । ଏହାସହ ଅନେକ ଗ୍ରାମରେ ଏ ପର୍ଯ୍ୟନ୍ତ ସରକାରଙ୍କ ଦ୍ବାରା ଶୁଦ୍ଧ ପାନୀୟ ଜଳ ପହଞ୍ଚାଇବାର ପ୍ରତିଶ୍ରୁତି ପାଳନ ହୋଇନଥିବା ଅଭିଯୋଗ କରିଥିଲେ ବିଧାୟକ । ତେବେ ଗାଁ ଗଣ୍ଡାର ବାସ୍ତବ ସ୍ଥିତି ପରଖିବା ପାଇଁ କୋରାପୁଟ ନିକଟସ୍ଥ କୋଲାବ ଗାଁରେ ଯାଇ ପହଞ୍ଚିଥିଲା ଇଟିଭି ଭାରତ କ୍ୟାମେରା ଟିମ।

ଦୂର ହୋଇ ନାହିଁ କୋଲାବ ଗାଁର ଜଳକଷ୍ଟ

ଗାଁରେ ଅଛନ୍ତି 80ଟି ପରିବାର । ଗାଁରୁ ଅନତିଦୂରରେ ରହିଛି ବିଶାଳ କୋଲାବ ଜଳଭଣ୍ଡାର । ସରକାର ସାମାନ୍ୟ ଇଚ୍ଛା ପ୍ରକାଶ କରିଥିଲେ ପାଇପ ଯୋଗେ ଜଳ ଯୋଗାଣ କରିବାରେ ତିଳେମାତ୍ର ଅସୁବିଧା ହୁଅନ୍ତା ନାହିଁ । କିନ୍ତୁ ସମଗ୍ର ଗାଁର ଆବାଳ ବୃଦ୍ଧ ବନିତାଙ୍କୁ ଗୋଟିଏ ମାତ୍ର ନଳକୂଅରେ ସନ୍ତୁଷ୍ଟ ହେବାପାଇଁ ଛାଡ଼ିଦେଇ, ପ୍ରଶାସନ ଶାନ୍ତିର ନିଶ୍ବାସ ମାରୁଥିବା ଭଳି ଲାଗୁଛି ।

ତେବେ ଏ ସଂକ୍ରାନ୍ତରେ ଗ୍ରାମବାସୀ ଅନେକବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଏପରିକି ଏହି ଦାବିକୁ ନେଇ ଗତ ସାଧାରଣ ନିର୍ବାଚନ ବର୍ଜନ କରି ପ୍ରଶାସନକୁ ଦାଣ୍ଡ ଦୁଆର ପର୍ଯ୍ୟନ୍ତ ଟାଣି ଆଣିଥିଲେ । ଶେଷରେ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କିନ୍ତୁ ଆଜିବି ସ୍ଥିତି ନ ସୁଧୁରିବା ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଆଉ କେତେଦିନ ପର୍ଯ୍ୟନ୍ତ ଜଳଭଣ୍ଡାରର ଗୋଳିଆ ପାଣି ପିଇ ବଞ୍ଚିବେ ବୋଲି ପ୍ରଶ୍ନ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details