ଓଡିଶା

odisha

ETV Bharat / state

ଅଳିଆ ଆବର୍ଜନାରେ ଅଣନିଃଶ୍ବାସୀ ଜୟପୁର - dusbin

କୋରାପୁଟ ଜୟପୁର ସହରରେ ଭର୍ତ୍ତି ହୋଇ ରହିଛି କୁଢକୁଢ ଅଳିଆ । ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ଅଞ୍ଚଳ । ଚିନ୍ତାରେ ସହରବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 2, 2019, 10:16 PM IST

Updated : Jul 3, 2019, 9:27 AM IST

କୋରାପୁଟ: ଜିଲ୍ଲାର ବ୍ୟବସାୟିକ, ସାଂସ୍କୃତିକ ତଥା ଐତିହାସିକ ସହର ଜୟପୁର ଆଉ କିଛି ଦିନ ପରେ ଅଳିଆ ସହର ଭାବେ ଯେ ପରିଚିତ ହେବ ସେଥିରେ ତିଳେ ମାତ୍ର ସଙ୍କୋଚ ନାହିଁ । କାରଣ ଅଳିଆ ଆବର୍ଜନାର ଉପଯୁକ୍ତ ପରିଚାଳନାର ଅଭାବ ଯୋଗୁଁ ଶ୍ବାସରୂଦ୍ଧ ହୋଇଉଠିଛି ପୁରା ସହର । ଉପକଣ୍ଠରେ ଥିବା ମକାପୁଟ ଠାରେ ବିସ୍ତୃତ ପରିସର ବ୍ୟାପି ଅଞ୍ଚଳରେ ରହିଛି ପୌରାଞ୍ଚଳର ଅଳିଆଗଦା । ଅଳିଆର ପୃଥକୀକରଣ କରିବା ତ ଦୂରର କଥା ଏନେଇ ପୌର ପରିଷଦ ଆଖିବୁଜି ଦେଇଥିବା ଭଳି ମନେହୁଏ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବହୁଦିନ ଧରି ପଡିରହିଥିବା ଅଳିଆ ମାଟିରେ ଦବିଯାଇ ଏଠି ସେଠି ଜମିରହୁଛି ପାଣି । ଏହା ଦ୍ବାରା ବିଭିନ୍ନ ରୋଗ ବ୍ୟାପୁଥିବାବେଳେ ସହରବାସୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବିଶେଷକରି ସହରର ଗର୍ବ ଓ ଗୌରବ ଜଗନ୍ନାଥ ସାଗର ନିକଟସ୍ଥ ନାଳ କଡରେ ଯେଉଁଭଳି ଅଳିଆ ଜମିରହୁଛି, ଫଳରେ ଜଗନ୍ନାଥ ସାଗରରେ ପ୍ରଦୂଷଣର ସ୍ତର ବଢୁଥିବା ଅଭିଯୋଗ କରିଛନ୍ତି ଜୟପୁର ମ୍ୟୁନସିପାଲିଟିର ପୂର୍ବତନ କାଉନସିଲର ସୁରେଶ ଦାସ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 3, 2019, 9:27 AM IST

For All Latest Updates

ABOUT THE AUTHOR

...view details