ଓଡିଶା

odisha

ETV Bharat / state

ପ୍ରତିଶ୍ରୁତି ନେଇ ନିଜ ଗାଁକୁ ଫେରିଲେ ଆମ୍ବ ଗାଁ ବାସିନ୍ଦା

ଠିକାଦାର ଗୁଣ୍ଡାରାଜ ବିରୋଧରେ ପୋଲିସ ଓ ପ୍ରଶାସନର ଅଣଦେଖାକୁ ବିରୋଧ କରି ଦାମନଯୋଡିର ନାଲକୋ ପ୍ଲାଣ୍ଟ କଡରେ ଥିବା ଆମ୍ବଗାଁ ନିବାସୀ ବୁଧବାର ଗାଁ ଛାଡିଥିଲେ।

By

Published : Mar 8, 2019, 3:23 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଠିକାଦାର ଗୁଣ୍ଡାରାଜ ବିରୋଧରେ ପୋଲିସ ଓ ପ୍ରଶାସନର ଅଣଦେଖାକୁ ବିରୋଧ କରି ଦାମନଯୋଡିର ନାଲକୋ ପ୍ଲାଣ୍ଟ କଡରେ ଥିବା ଆମ୍ବଗାଁ ନିବାସୀ ବୁଧବାର ଗାଁ ଛାଡିଥିଲେ। ରାତି ତମାମ ନାଲକୋ ନିକଟରେ ଚାଲିଥିବା ପାଚେରୀ ଯାହାର ନିର୍ମାଣ କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିଚାଲିଛନ୍ତି, ସେଠାରେ ରହି ଗୁରୁବାର ସେମାନେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

ତେବେ ଜିଲ୍ଲାପାଳ ଅନୁପସ୍ଥିତ ଥିବା ଯୋଗୁଁ ଜିଲ୍ଲା ଜମି ଅଧିଗ୍ରହଣ ଅଧିକାରୀ ସମସ୍ୟାର ସମାଧାନ ପାଇଁ ୧୦ ଦିନ ସମୟ ମାଗିବା ଫଳରେ ଗ୍ରାମବାସୀ ଗାଁକୁ ଫେରିଯାଇଛନ୍ତି। ସେତିକି ଦିନ ପର୍ଯ୍ୟନ୍ତ ପାଚେରୀ କାର୍ଯ୍ୟ ବନ୍ଦ ରହିବ ବୋଲି ମଧ୍ୟ ପ୍ରତିଶ୍ରୁତି ମିଳିଥିବା ଗ୍ରାମବାସୀ ଜଣାଇଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details