କୋରାପୁଟ: ହଜିବାରେ ଲାଗିଛି ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ଡୁଙ୍ଗଡୁଙ୍ଗାର ଶବ୍ଦ । ଯୁବପିଢିମାନେ ଆଧୁନିକ ଜୀବନଶୈଳୀର ବଶବର୍ତ୍ତୀ ହୋଇ ଏହି ବାଦ୍ୟ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରୁନଥିବା କଳାକାର ଅଭିଯୋଗ କରିଛନ୍ତି । ହାତଗଣତି କେତେକ କଳାକାରଙ୍କୁ ଛାଡ଼ିଦେଲେ ଧୀରେ ଧୀରେ ଏହି ପାରମ୍ପରିକ ବାଦ୍ୟ ଲୋପ ପାଇବାକୁ ବସିଛି । ଆଦିବାସୀ କଳାକାରମାନେ ପାରମ୍ପରିକ ସଙ୍ଗୀତ ଗାନ କରି ଗାଁ ଗାଁ ଘର ଘର ବୁଲି ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି ।
ଜାନି ଯାତ୍ରାରେ ଆଦିବାସୀଙ୍କ ଢେମସା ନୃତ୍ୟରେ ଡୁଙ୍ଗଡୁଙ୍ଗା ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାଏ । କିନ୍ତୁ ବର୍ତ୍ତମାନ ଯୁବପିଢି କେବଳ ପାଠ ପଢିବା, ଖାଇବା ଓ ବୁଲିବାରେ ସମୟ ଅତିକ୍ରାନ୍ତ କରୁଥିବା ଯୋଗୁଁ ଡୁଙ୍ଗଡୁଙ୍ଗା ପରି ପାରମ୍ପରିକ ବାଦ୍ୟ ଶିଖିବା ପାଇଁ ଆଗ୍ରହ ଦେଖାଉନଥିବା ଛୋଟା ଵୋଇ କ୍ଷୋଭ ପ୍ରକାଶ କରିଛନ୍ତି । ଧୀରେ ଧୀରେ ଡୁଙ୍ଗଡୁଙ୍ଗା ବାଜା ଓ ଏହି ବାଦ୍ୟଯନ୍ତ୍ରକୁ ବଜାଉଥିବା କଳାକାରଙ୍କ ସଂଖ୍ୟା କମିବାରେ ଲାଗୁଥିବା ସେ କହିଛନ୍ତି ।