କୋରାପୁଟ:ଜିଲ୍ଲା ସ୍ତରୀୟ ଧାନ କମିଟି ବୈଠକ ସ୍ଥାନୀୟ ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲା ଏକ ଚାଷ ବହୁଳ ଅଞ୍ଚଳ ହୋଇଥିବାରୁ ଏଠାରେ ଅନେକ ପ୍ରକାର ଚାଷ କାର୍ଯ୍ୟ କରାଯାଉଛି । ଚାଷୀମାନେ କିପରି ଅଧିକରୁ ଅଧିକ ପରିମାଣରେ ଚାଷ କରି ସ୍ୱାବଲମ୍ବୀ ହୋଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା । ଏହାସହ ଧାନ ସଂଗ୍ରହ ବେଳେ ଯେପରି କୌଣସି ଅସୁବିଧା ହେବନାହିଁ ସେ ନେଇ ଏକ ସମୀକ୍ଷା କରାଯାଇଥିଲା ।
ସୁରୁଖୁରୁରେ ଧାନ ସଂଗ୍ରହ ଏବଂ ବିଗତ ସପ୍ତାହରେ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଜନିତ ଚାଷର କ୍ଷୟକ୍ଷତିକୁ ପ୍ରାଧାନ୍ୟ ଦେବା ପାଇଁ ଦାବି ହୋଇଥିଲା । ଚାଷୀକୂଳ ଯେପରି କ୍ଷତିରେ ପଡିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେଇ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଦିଗରେ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଗତ ଖରିଫ ଋତୁରେ ଜ଼ିଲ୍ଲାକୁ 24174.626 ମେଟ୍ରିକ ଟନ ଧାନ କିଣା ଯିବା ପାଇଁ ଟାର୍ଗେଟ ଦିଆଯାଇଥିଲା । ସେଥି ମଧ୍ୟରୁ 244445.046 ମେଟ୍ରିକ ଟନ ଧାନ କିଣା ଯାଇଥିଲା । ଏହି ଧାନ କିଣାରେ 95 ମିଲରମାନେ ଯୋଗ ଦେଇଥିଲେ ।
ରବି ଋତୁରେ ଜ଼ିଲ୍ଲା ସମୁଦାୟ 21365 ଜଣ ଚାଷୀ ପଞ୍ଜିକରଣ କରିଥିଲେ । ମିଲରମାନଙ୍କ ମନମୁଖି କଟନୀ ଛଟନୀକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ଅସନ୍ତୋଷ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଦଲାଲ ମୁକ୍ତ ହେବା ସହିତ ଚାଷୀଙ୍କୁ ଚାଷର ଉଚିତ ମୂଲ୍ୟ ଯୋଗାଇ ଦିଆଯିବ ବୋଲି ବୈଠକରେ ଆଲୋଚନା କରାଯାଇଥିଲା ।