କୋରାପୁଟ : ନାଲକୋ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକେ କଲେ ରାସ୍ତାରୋକ । କାହିଁକିନା ନାଲକୋ ପାଇଁ ବିସ୍ଥାପିତ ହୋଇଥିବା ଲୋକେ ମାଥାଲପୁଟ ନିକଟରେ ଥିବା ଏକ କଲୋନୀରେ ବସବାସ କରୁଛନ୍ତି । ହେଲେ ସେଠାରେ ଲୋକଙ୍କ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏନେଇ ଲୋକେ ନାଲକୋ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି ।
ଖଣିକୁ ଯାଇଥିବା ରାସ୍ତା ବନ୍ଦ କଲେ ବିସ୍ଥାପିତ ଗ୍ରାମବାସୀ - ବିସ୍ଥାପିତ ଗ୍ରାମବାସୀ
ଖଣିକୁ ଯାଇଥିବା ରାସ୍ତା ବନ୍ଦ କଲେ ବିସ୍ଥାପିତ ଗ୍ରାମବାସୀ । ପୋଲିସ କରିନାହିଁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା । ଅଧିକ ପଢନ୍ତୁ...
ଖଣିକୁ ଯାଇଥିବା ରାସ୍ତା ବନ୍ଦ କଲେ ବିସ୍ଥାପିତ ଗ୍ରାମବାସୀ
ଏନେଇ ବିଭିନ୍ନ ଦାବି ସହ ବିସ୍ଥାପିତ ବାସିନ୍ଦା ଓ ଆମ୍ବଗୁଡା ଗାଁର ଲୋକେ ନାଲକୋ ଖଣି ରାସ୍ତା ଓ କାକିରିଗୁମ୍ମାକୁ ଯାଇଥିବା ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ସୁଦ୍ଧା ଆନ୍ଦୋଳନକାରୀଙ୍କ ସହ ଆଲୋଚନା ହୋଇନଥିବା ଜଣାପଡିଛି ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ