ଓଡିଶା

odisha

By

Published : Aug 11, 2020, 3:52 PM IST

ETV Bharat / state

ଲକଡାଉନ‌ ପ୍ରଭାବ: ମିଳୁନି ମୋବାଇଲ, ଚିନ୍ତାରେ ଗ୍ରାହକ

ଯୁଗ ବଦଳିଛି ଓ ବିଶେଷ କରି କରୋନା ସଂକ୍ରମଣ ସବୁକିଛିକୁ ବଦଳାଇ ଦେଇଛି । ପରସ୍ପରଠୁ ଯଥାସମ୍ଭବ ଦୂରତା ରକ୍ଷା କରି ସଂକ୍ରମଣର ପ୍ରସାରକୁ ପ୍ରତିରୋଧ କରିବା ପାଇଁ ସମସ୍ତେ ପ୍ରୟାସ କରୁଛନ୍ତି । ସବୁ ସମ୍ପର୍କ ମୋବାଇଲ ଫୋନରେ... ହେଲେ ଏବେ ଚିନ୍ତାରେ ସାଧାରଣ ବ୍ୟକ୍ତି ଓ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଶିଳ୍ପପତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

customers-are-worried-about-mobile-phones-not-available-in-the-market
ଲକ ଡାଉନ୍‌ ପ୍ରଭାବ: ମିଳୁନି ମୋବାଇଲ ଚିନ୍ତାରେ ଗ୍ରାହକ

କୋରାପୁଟ:କୋରୋନା କାଳରେଶ୍ରେଣୀଗୃହ ଠାରୁ ୱେବନାର ଓ ସଭା ସମିତି ସବୁକିଛି ଅନଲାଇନରେ ମାଧ୍ୟମରେ କରାଯାଉଛି । ଯେଉଁଥି ପାଇଁ ଏକ ସ୍ମାର୍ଟଫୋନର ଆବଶ୍ୟକତା ନିହାତି ଭାବରେ ରହିଛି । ପକେଟକୁ କଷ୍ଟ ହେଲେବି ଲୋକେ ଆବଶ୍ୟକତାକୁ ଆଖିଆଗରେ ରଖି ଯେତେବେଳେ ଦୋକାନରେ ପହଞ୍ଚି ଯାଉଛନ୍ତି ଫୋନଟିଏ ପାଇଁ, ନିଜ ଆବଶ୍ୟକ ମୁତାବକ ମୋବାଇଲ ଫୋନଟିଏ ମିଳିବା କଷ୍ଟକର ହେଉଛି ।

ଲକ ଡାଉନ୍‌ ପ୍ରଭାବ: ମିଳୁନି ମୋବାଇଲ ଚିନ୍ତାରେ ଗ୍ରାହକ

କରୋନା ସାଙ୍ଗକୁ ଭାରତ ଓ ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଫଳରେ ଚୀନରୁ ନୂଆ ମୋବାଇଲ ଏବଂ ମରାମତି ସମଗ୍ରୀ ଆସି ପାରୁନାହିଁ । ଯେଉଁଥିପାଇଁ ଏହାର ପ୍ରଭାବ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଗ୍ରାମାଞ୍ଚଳରେ ଓ ସହରାଞ୍ଚଳରେ ଥିବା ମୋବାଇଲ ଦୋକାନ ଉପରେ ପଡିଛି ବୋଲି କୋରାପୁଟର କିଛି ବ୍ୟବସାୟୀ ଓ ମୋବାଇଲ ମରାମତି କରୁଥିବା ବ୍ୟକ୍ତି କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details