କୋରାପୁଟ: ସୁନାବେଡ଼ା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ (Central University Of Odisha )ସହ ଚୁକ୍ତିନାମା ସ୍ବାକ୍ଷର କଲା କାଉନସିଲ ଫର୍ ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ୍(COATS) । ଆଦିବାସୀଙ୍କ ଉନ୍ନତି କ୍ଷେତ୍ରରେ ଗବେଷଣା ଲାଗି ଶନିବାର ଏହି ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ବିଶ୍ବବିଦ୍ୟାଳୟର କୁଳପତି ଶରତ କୁମାର ପାଳିତା ଏନେଇ ସୂଚନା ଦେଇଛନ୍ତି ।
CUO କୁଳପତିଙ୍କ କହିବା ଅନୁଯାୟୀ, ଏହି ଚୁକ୍ତି ସ୍ବାକ୍ଷର ହେବା ଦ୍ବାରା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ କୋଟସରେ ଗବେଷଣା କରୁଥିବା ବ୍ୟକ୍ତିଙ୍କ ସହ ମିଶି ଲାଭବାନ ହେବା ସହ ଆଦିବାସୀ ଜନଜୀବନ ଉପରେ ଗବେଷଣାର ଧାରାରେ ନୂତନତ୍ବ ଆଣିପାରିବ ।