କୋରାପୁଟ: ଚଳିତ ଶିକ୍ଷାବର୍ଷ ଠାରୁ କୋରାପୁଟ ଜିଲ୍ଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଓଡିଶାରେ ଅଧ୍ୟୟନ କରିବା ପାଇଁ ଆଉ ସ୍ବତନ୍ତ୍ର ଭାବେ ପରୀକ୍ଷା ଦେବାକୁ ପଡିବ ନାହିଁ । ଏନେଇ ବିଶ୍ବବିଦ୍ୟାଳୟର କୁଳପତି ଆଇ. ରାମବ୍ରହ୍ମମ ଶନିବାର କୋରାପୁଟ ପ୍ରେସ କ୍ଲବ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ।
ସର୍ବଭାରତୀୟ ପ୍ରବେଶ ପରୀକ୍ଷା ତାଲିକାରେ ସ୍ଥାନ ପାଇଲା ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ
ରାଜସ୍ଥାନର ଜୟପୁରସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷତାରେ ନିର୍ବାହ କରାଯାଉଥିବା ସର୍ବଭାରତୀୟ ଏକକ ପ୍ରବେଶିକା ପରୀକ୍ଷାରେ ତାଲିକାଭୁକ୍ତ ହୋଇଥିବା 15ଟି ବିଶ୍ବବିଦ୍ୟାଳୟରେ ସ୍ଥାନ ପାଇଲା ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ । ଅଧିକ ପଢନ୍ତୁ...
ରାଜସ୍ଥାନ ଜୟପୁରସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଅଧ୍ୟକ୍ଷତାରେ ନିର୍ବାହ କରାଯାଉଥିବା ସର୍ବଭାରତୀୟ ଏକକ ପ୍ରବେଶିକା ପରୀକ୍ଷାରେ ତାଲିକାଭୁକ୍ତ ହୋଇଥିବା 15ଟି ବିଶ୍ବବିଦ୍ୟାଳୟରେ ଏହି ବିଶ୍ବବିଦ୍ୟାଳୟ ମଧ୍ୟ ସ୍ଥାନ ପାଇପାରିଛି । ଫଳରେ କୋରାପୁଟ ଅଞ୍ଚଳର ଛାତ୍ରଛାତ୍ରୀ ଅନ୍ୟାନ୍ୟ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ ଆବେଦନ କରିବାର ବାଟ ସୁଗମ ହୋଇଉଠିଥିବା ବେଳେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଓଡିଶାରେ ଅଧ୍ୟୟନ କରିବା ପାଇଁ ମଧ୍ୟ ଦେଶର ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀଙ୍କ ଦ୍ବାରା ଆବେଦନ କରିବା ସହଜ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି । ଏହି ବିଶ୍ବବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ ତଥା ଆକର୍ଷଣୀୟ କରିବା ଦିଗରେ ପଦକ୍ଷେପ ନିଆଯାଉଥିବା କୁଳପତି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ