ଓଡିଶା

odisha

By

Published : Apr 9, 2021, 6:50 PM IST

ETV Bharat / state

ଏକ ସପ୍ତାହ ମଧ୍ୟରେ ପୁନରୁଦ୍ଧାର ହେବ ଜୟପୁରର କୋଭିଡ଼ ହସ୍ପିଟାଲ

କୋରାପୁଟ ଜିଲ୍ଲାରେ କୋଭିଡ଼ ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ତଥାପି କୋଭିଡ଼କୁ ବ୍ୟାପିବାରୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ନେଉଥିବା ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ...

ସପ୍ତାହେ ମଧ୍ୟରେ ପୁନରୁଦ୍ଧାର ହେବ ଜୟପୁରର କୋଭିଡ଼ ହସ୍ପିଟାଲ
ସପ୍ତାହେ ମଧ୍ୟରେ ପୁନରୁଦ୍ଧାର ହେବ ଜୟପୁରର କୋଭିଡ଼ ହସ୍ପିଟାଲ

କୋରାପୁଟ : କୋରାପୁଟ ଜିଲ୍ଲାରେ କୋଭିଡ଼ ସ୍ଥିତି ଅପେକ୍ଷାକୃତ ଭଲ ରହିଛି । ତଥାପି କୋଭିଡ଼କୁ ବ୍ୟାପିବାରୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ପଦକ୍ଷେପ ନେଉଥିବା ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି । ତୃଣମୂଳ ସ୍ତରରେ କୋଭିଡ଼ ପରୀକ୍ଷା ବୃଦ୍ଧି କରିବା ସହ ଟୀକା ପ୍ରଦାନକୁ ବ୍ୟାପକ କରାଯାଇଛି ।

ସପ୍ତାହେ ମଧ୍ୟରେ ପୁନରୁଦ୍ଧାର ହେବ ଜୟପୁରର କୋଭିଡ଼ ହସ୍ପିଟାଲ

ଯେ କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ସେ ଜଣାଇଛନ୍ତି । ଜୟପୁରରେ ବନ୍ଦ ପଡିଥିବା କୋଭିଡ଼ ହସ୍ପିଟାଲ ଗସ୍ତ କରି ଆସନ୍ତା ସପ୍ତାହକ ମଧ୍ୟରେ ତାର ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଛତିଶଗଡ଼ ସୀମାକୁ ଲାଗିଥିବା କୋଟପାଡ ଅଞ୍ଚଳରେ ବିଶେଷ ଦୃଷ୍ଟି ଦିଆଯାଉଥିବା ସେ ସ୍ପଷ୍ଟ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details