କୋରାପୁଟ:ପୌରପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟ ଆଣିବା ଓ କାର୍ଯ୍ୟ ଯୋଗାଇବା ନେଇ ବ୍ୟାପକ ଦୁର୍ନୀତି ହେଉଛି । ଏଭଳି ଅଭିଯୋଗ ଆଣିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । କୋରାପୁଟ ପୌରପରିଷଦରେ ବର୍ତ୍ତମାନ ୨୫ରୁ ୩୦ ପ୍ରତିଶତ ପିସି କାରବାର ହେଉଥିବା ଅଭିଯୋଗ ହୋଇଛି ।
ତେବେ କୋରାପୁଟ ପୌରପରିଷଦରେ କଂଗ୍ରେସ ବିଜୟୀ ହେଲେ ଦୁର୍ନୀତି ନିୟନ୍ତ୍ରଣ ହେବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । କୋରାପୁଟ ପୌର ପରିଷଦରେ ବର୍ତ୍ତମାନ ସୁଦ୍ଧା ୪୩ ଜଣ କାଉନସିଲର ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନପତ୍ର ଦାଖଲ ପାଇଁ ହାତରେ ମାତ୍ର ଆଉ ଗୋଟିଏ ଦିନ ରହିଛି । କଂଗ୍ରେସର ପୌର ଅଧ୍ୟକ୍ଷ ପ୍ରାର୍ଥୀ ଦେବାନନ୍ଦ ବେହେରା ରବିବାର ନାମାଙ୍କନ ଦାଖଲ କରିଛନ୍ତି ।