ଓଡିଶା

odisha

ETV Bharat / state

କୋଭିଡ ସଂକ୍ରମିତଙ୍କ ପାଇଁ କୋରାପୁଟରେ ଖୋଲିଲା କଣ୍ଟ୍ରୋଲ ରୁମ - କୋରାପୁଟ ଜିଲ୍ଲା ସଦର ମହକୁମା

କୋରାପୁଟ ଜିଲ୍ଲା ସଦର ମହକୁମାରେ ଖୋଲିଲା ଦୁଇଟି ଜିଲ୍ଲା ସ୍ତରୀୟ କୋଭିଡ କଣ୍ଟ୍ରୋଲ ରୁମ । ଏହି କେନ୍ଦ୍ରରେ ଚାରୋଟି ସ୍ଵତନ୍ତ୍ର ଟେଲିଫୋନ ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନେ ଆବଶ୍ୟକ କରୁଥିବା ତଥ୍ୟ ପ୍ରଦାନ କରିବା ସହିତ ମାନସିକ ଭାବେ ସେମାନଙ୍କୁ କାଉନସିଲିଂ କରାଯାଉଛି । ଅଧିକ ପଢନ୍ତୁ...

କୋଭିଡ ସଂକ୍ରମିତଙ୍କ ପାଇଁ ଜିଲ୍ଲାରେ ଖୋଲିଲା କଣ୍ଟ୍ରୋଲ ରୁମ
କୋଭିଡ ସଂକ୍ରମିତଙ୍କ ପାଇଁ ଜିଲ୍ଲାରେ ଖୋଲିଲା କଣ୍ଟ୍ରୋଲ ରୁମ

By

Published : Apr 29, 2021, 1:38 PM IST

କୋରାପୁଟ: ଜିଲ୍ଲା ସଦର ମହକୁମାରେ ଖୋଲିଲା ଦୁଇଟି ଜିଲ୍ଲା ସ୍ତରୀୟ କୋଭିଡ କଣ୍ଟ୍ରୋଲ ରୁମ । ଡିଆରଡିଏ କାର୍ଯ୍ୟାଳୟ ପରିସର ମଧ୍ୟରେ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ ମାଧ୍ୟମରେ କୋଭିଡ ନିୟନ୍ତ୍ରଣ ପାଇଁ ଜିଲ୍ଲାରେ ପ୍ରଶାସନିକ ବ୍ୟବସ୍ଥାକୁ ତଦାରଖ ଓ ନିୟନ୍ତ୍ରଣ କରାଯାଉଛି । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷରୁ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ସ୍ଵାସ୍ଥ୍ୟଗତ ଭଲ ମନ୍ଦ କଥା ବୁଝାଯାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମକରନ୍ଦ ବେଉରା ସୂଚନା ପ୍ରଦାନ କରିଛନ୍ତି ।

କୋଭିଡ ସଂକ୍ରମିତଙ୍କ ପାଇଁ ଜିଲ୍ଲାରେ ଖୋଲିଲା କଣ୍ଟ୍ରୋଲ ରୁମ

ଏହି କେନ୍ଦ୍ରରେ ଚାରୋଟି ସ୍ଵତନ୍ତ୍ର ଟେଲିଫୋନ ମାଧ୍ୟମରେ ସଂକ୍ରମିତ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନେ ଆବଶ୍ୟକ କରୁଥିବା ତଥ୍ୟ ପ୍ରଦାନ କରିବା ସହିତ ମାନସିକ ଭାବେ ସେମାନଙ୍କୁ କାଉନସିଲିଂ କରାଯାଉଛି । ଏତଦ୍ ବ୍ୟତୀତ ପ୍ରତି ବ୍ଲକ ଓ ସହରାଞ୍ଚଳରେ ରାପିଡ଼ ରେସପନ୍ସ ଟିମ ଗଠନ କରାଯାଇ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କୁ ସେମାନଙ୍କ ଘରେ ସାକ୍ଷାତ କରିବାର ବ୍ୟବସ୍ଥା କରାଯାଇଥିବା ଡାକ୍ତର ବେଉରା ଜଣାଇଛନ୍ତି ।

ଜିଲ୍ଲାରେ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ ଅଧିକାଂଶ ନିଜ ନିଜ ଘରେ ରହି ଚିକିତ୍ସା ହେଉଥିବା ଯୋଗୁଁ ଏହି ବ୍ୟବସ୍ଥା ଅତି ଉପାଦେୟ ହୋଇପାରୁଥିବା ସେ ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details