ଓଡିଶା

odisha

ETV Bharat / state

6800 ବର୍ଷ ପରେ ଜୟପୁର ଆକାଶରେ ଦିଶିଲା ଧୂମକେତୁ

ବିଗତ କିଛି ଦିନ ହେବ ରାଜ୍ୟରେ ପାଣିପାଗ ଭଲ ରହିଥିବା ବେଳେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଆକାଶରେ ଦେଖିବାକୁ ମିଳିଛି ‘ସି/2020 ଏଫ-3’ ଧୂମକେତୁ ।

comet, comet in jeypore sky, c/2020 f-3, cosmic scene in sky, koraput latest news, ଧୂମକେତୁ, ଜୟପୁର ଆକାଶରେ ଧୂମକେତୁ, ସି/2020 ଏଫ-3, ଆକାଶରେ ମହାଜାଗତିକ ଦୃଶ୍ୟ, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌
6800 ବର୍ଷ ପରେ ଜୟପୁର ଆକାଶରେ ଦିଶିଲା ଧୂମକେତୁ

By

Published : Jul 19, 2020, 9:44 PM IST

କୋରାପୁଟ: ବିଗତ କିଛି ଦିନ ହେବ ରାଜ୍ୟରେ ପାଣିପାଗ ଭଲ ରହିଥିବା ବେଳେ ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ଆକାଶରେ ଦେଖିବାକୁ ମିଳିଛି ‘ସି/2020 ଏଫ-3’ ଧୂମକେତୁ । ଗତ 16 ରୁ 18 ତାରିଖ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଏହି ଘଟଣା ଘଟିଥିବା ବେଳେ 17 ତାରିଖ ସନ୍ଧ୍ୟା ପ୍ରାୟ 7ଟା 40 ମିନିଟରେ ଜୟପୁର ଆକାଶରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଉ ଏହି ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଥିଲେ ଫଟୋଗ୍ରାଫର ମଳୟ ପାତ୍ର ।

ଏନେଇ ଭୁବନେଶ୍ବରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିଅମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ଆସନ୍ତା 20ରୁ 23 ତାରିଖ ମଧ୍ୟରେ ଯଦି ରାଜ୍ୟରେ ଆକାଶ ମେଘମୁକ୍ତ ରହିବ ତେବେ ଏହି ମହାଜାଗତିକ ଦୃଶ୍ୟକୁ ପୁଣି ରାଜ୍ୟବାସୀ ଉପଭୋଗ କରିପାରିବେ । ନଚେତ୍‌ ଏହାକୁ ଦେଖିବା ପାଇଁ ପୁଣି 6800 ବର୍ଷ ଅପେକ୍ଷା କରିବାକୁ ପଡିବ ।

ଏଥିସହ ଚଳିତ ମାସ 20ରୁ 25 ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟୋଦୟର ପ୍ରାୟ 50 ମିନିଟ ପୂର୍ବରୁ ଆକାଶରେ ଚନ୍ଦ୍ର ସହ ଅନ୍ୟ ବୁଧ, ଶୁକ୍ର, ମଙ୍ଗଳ ବୃହସ୍ପତି ଓ ଶନି ଆଦି ଗ୍ରହ ଦୃଶ୍ୟମାନ ହେବ ବୋଲି ସୂଚନା ରହିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details