ଓଡିଶା

odisha

ETV Bharat / state

ଶୀତଳଭଣ୍ଡାର ଥାଇ ବି ଚାଷୀ ହନ୍ତସନ୍ତ

ଶୀତଳଭଣ୍ଡାର ପାଇ ଚାଷୀ ଖୁସି ହେବା ପରିବର୍ତ୍ତେ ଚିନ୍ତାରେ। କାରଣ ଶୀତଳଭଣ୍ଡାରକୁ ପାହାଡ଼ ଉପରେ ସ୍ଥାପନା କରାଯାଇଥିବା ଯୋଗୁଁ ରାସ୍ତାକଡ଼ରୁ ସେଠାକୁ ନେବା ଓ ପୁଣିଥରେ ସମୟ ଦେଖି ବିକ୍ରି ପାଇଁ ଓହ୍ଲାଇ ଆଣିବାରେ ଚାଷୀ ତୁଚ୍ଛାରେ ଖର୍ଚ୍ଚାନ୍ତ ହେଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ କୁନ୍ଦୁଲିରେ।

By

Published : Jul 26, 2019, 1:16 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଦକ୍ଷିଣ ଓଡ଼ିଶାର ସର୍ବବୃହତ ପରିବା ବଜାର କୁନ୍ଦୁଲିରେ ଅନେକ ଦିନର ଅପେକ୍ଷା ପରେ ଚାଷୀଙ୍କ ପାଇଁ ଶେଷରେ ୟୁଏନଡିପିର ସହାୟତାରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ସ୍ଥାପନା କରାଗଲା ଏକ ରେଡିମେଡ ଶୀତଳଭଣ୍ଡାର । ଆଶାଥିଲା ଏହା ଚାଷୀଙ୍କ ସେବାରେ ଲାଗିବ ଓ ଚାଷୀ ତାର ଉତ୍ପାଦକୁ କମ ଦାମ୍ ରେ ବିକ୍ରି ନକରି ନିଜ ଇଚ୍ଛାମୁତାବକ ଉପଯୁକ୍ତ ସମୟ କୁ ଅପେକ୍ଷା କରି ଉଚିତ ମୂଲ୍ୟ ପାଇପାରିବ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କିନ୍ତୁ ଆରମ୍ଭ ହେବା ଦିନଠାରୁ ଚାଷୀ ଏହି ଶୀତଳଭଣ୍ଡାରରେ ପରିବା ରଖିବା ପାଇଁ ଅନିଚ୍ଛା ପ୍ରକାଶ କରିବା ଯୋଗୁଁ ଏହାର ସ୍ଥାୟିତ୍ବକୁ ନେଇ ବିରାଟ ପ୍ରଶ୍ନ ସୃଷ୍ଟି ହୋଇଛି । ଚାଷୀଙ୍କ କହିବାନୁଯାୟୀ, ଏହି ଶୀତଳ ଭଣ୍ଡାରକୁ ପାହାଡ଼ ଉପରେ ସ୍ଥାପନା କରାଯାଇଥିବା ଯୋଗୁଁ ରାସ୍ତାକଡ଼ରୁ ସେଠାକୁ ନେବା ଓ ପୁଣିଥରେ ସମୟ ଦେଖି ବିକ୍ରି ପାଇଁ ଓହ୍ଲାଇ ଆଣିବାରେ ଚାଷୀ ତୁଚ୍ଛାରେ ଖର୍ଚ୍ଚାନ୍ତ ହେଉଛି । ଅନ୍ତତଃ କୁଲି ପିଛା ୪୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିବାରୁ ସେତେ ଦୂରରେ ପରିବା ନରଖି ଏଣେତେଣେ ପ୍ରକାରେ ଯେତିକି ଦର ମିଳିଲେ ସେତିକିରେ ବିକି ଘରକୁ ଫେରିଯିବା ଭଲ ମଣୁଛନ୍ତି ।

ଶୀତଳଭଣ୍ଡାରର ସ୍ଥାପନା କରିବା ପୂର୍ବରୁ ଚାଷୀ ଓ ବ୍ୟବସାୟୀଙ୍କ ସହିତ ଆଲୋଚନା କରି ସେମାନଙ୍କ ମତକୁ ସମ୍ମାନ ଜଣାଇ ଥିଲେ ଏପରି ସମସ୍ୟା ଦେଖାଯାଇନଥାନ୍ତା ବୋଲି ଚାଷୀ ଜଣାଇଛନ୍ତି ।

ତେବେ ଚାଷୀଙ୍କ ମଧ୍ୟରେ ଗତ ବହୁବର୍ଷ ଧରି ଶୀତଳଭଣ୍ଡାରରେ ପରିବା ରଖି ବ୍ୟବସାୟ କରିବାର ଅଭ୍ୟାସ ନଥିବା ଯୋଗୁଁ ଏହାର ଉପାଦେୟତା ସମ୍ପର୍କରେ ଅବଗତ ହୋଇନାହାଁନ୍ତି । ତେଣୁ ଏ ସଂକ୍ରାନ୍ତରେ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ଡିଆରଡିଏ ପ୍ରକଳ୍ପର ଭାରପ୍ରାପ୍ତ ନିର୍ଦ୍ଦେଶକ ମହେଶ୍ବର ନାୟକ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details