କୋରାପୁଟ: ଶ୍ରାବଣ ମାସର ବର୍ଷାରେ ଭିଜୁଥିବା କୋରାପୁଟ ଜିଲ୍ଲାର ସାତଟି ବ୍ଲକର ୩୦୦୦ ହେକ୍ଟର ଜମିରେ କଫି ଗଛକୁ ନୁଆଁଇ ଫଳିଥିବା ଶାଗୁଆ ରଙ୍ଗର ଟିକି ଟିକି ଫଳ କୋରାପୁଟ ଜିଲ୍ଲାର ଅର୍ଥନୈତିକ ପ୍ରଗତିର ସମ୍ଭାବନାକୁ ବହନ କରିଛି । ୧୯୩୦ ମସିହାରେ ଜୟପୁର ମହାରାଜାଙ୍କ ଦ୍ୱାରା ପରୀକ୍ଷାମୂଳକ ଭାବେ କୋରାପୁଟ ଅଞ୍ଚଳରେ କଫି ଚାଷ ଆରମ୍ଭ କରାଯାଇଥିଲା ।
ସାରା ବିଶ୍ବରେ ମହକିବ କୋରାପୁଟ କଫି
କୋରାପୁଟରେ ଏକ କଫି ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରାଯାଉଥିବା ଜଳ ବିଭାଜିକା ପ୍ରକଳ୍ପର ଅଧିକାରୀ ଭବାନୀ ଶଙ୍କର କାଲୋ ସୂଚନା ଦେଇଛନ୍ତି । ଜିଲ୍ଲାର ସାତଟି ବ୍ଲକର ୩୦୦୦ ହେକ୍ଟର ଜମିରେ ହୋଇଛି କଫି ଚାଷ।
ରାଜ୍ୟରେ ସର୍ବାଧିକ କଫି ଚାଷ ହେଉଥିବା ଜିଲ୍ଲାର ମାନ୍ୟତା ପାଇ କୋରାପୁଟ ଏହି କ୍ଷେତ୍ରରେ ଅଭୂତପୂର୍ବ ଅଗ୍ରଗତି କରିଥିବା କଫି ବୋର୍ଡର ସମ୍ପର୍କ ଅଧିକାରୀ ଅଜିତ କୁମାର ରାଉତ କହିଛନ୍ତି । ତେବେ କଫି ମଞ୍ଜିର ପ୍ରକ୍ରିୟାକରଣ କରିବା ପାଇଁ ବ୍ୟବସ୍ଥା ନଥିବା ଯୋଗୁଁ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚାଷୀଙ୍କ ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ, କଫି ବୋର୍ଡ, କୋରାପୁଟ କଫି ଉନ୍ନୟନ ପରିଷଦ ଓ ଟିଡିସିସିର ମିଳିତ ଆନୁକୂଲ୍ୟରେ କୋରାପୁଟରେ ଏକ କଫି ପ୍ରକ୍ରିୟାକରଣ ୟୁନିଟ ସ୍ଥାପନା କରାଯାଉଥିବା ଜଳ ବିଭାଜିକା ପ୍ରକଳ୍ପର ଅଧିକାରୀ ଭବାନୀ ଶଙ୍କର କାଲୋ ସୂଚନା ଦେଇଛନ୍ତି ।
କୋରାପୁଟର ଗିରିକନ୍ଦର ମଧ୍ୟରୁ କଫିର ମହକ ବିଶ୍ବର ବିଭିନ୍ନ ଭାଗରେ ପରିଚିତ ହେଉଥିବା ବେଳେ ଝାଳବୁହା ପରିଶ୍ରମ କରି କଫି ଫଳାଇଥିବା ଏ ଅଞ୍ଚଳର ଚାଷୀ ତା ଉତ୍ପାଦର ଉଚିତ ମୂଲ୍ୟ ପାଇ ଆନନ୍ଦିତ ହୋଇଉଠିଵ ଏଥିରେ କୌଣସି ସନ୍ଦେହ ନାହିଁ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ