ଓଡିଶା

odisha

ETV Bharat / state

କଫି ପ୍ରକ୍ରିୟାକରଣ ୟୁନିଟର ସଫଳ ପରୀକ୍ଷା - କୋରାପୁଟ ଖବର

କଫି ଚାଷକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ କଫି ପ୍ରକ୍ରିୟାକରଣ ୟୁନିଟର ସଫଳ ପରୀକ୍ଷଣ କରାଯାଇଛି । କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ ଟିଡିସିସିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Sep 9, 2019, 11:39 PM IST

କୋରାପୁଟ: ଜିଲ୍ଲାରେ ହେଉଥିବା କଫି ଚାଷକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ କଫି ପ୍ରକ୍ରିୟାକରଣ ୟୁନିଟର ସଫଳ ପରୀକ୍ଷଣ କରାଯାଇଛି। କଫି ଉନ୍ନୟନ ପରିଷଦ, କଫି ବୋର୍ଡ ଓ ଟିଡିସିସିର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ, କଫି ବୋର୍ଡର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଆଶିଷ ରାଉତଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବରିଷ୍ଠ ସମ୍ପର୍କ ଅଧିକାରୀ ଆଶିଷ ରାଉତ କଫି ପ୍ରକ୍ରିୟାକରଣ କେନ୍ଦ୍ରରେ ଲଗାଯାଇଥିବା ଅତି ଉନ୍ନତମାନର ମେସିନ ଯୋଗେ କଫି ମଞ୍ଜି ଭଜାଯିବା ଓ ଗୁଣ୍ଡ କରିବା ଠାରୁ ଆରମ୍ଭକରି ବିଭିନ୍ନ ସ୍ବାଦର କଫି ପାନୀୟ ପ୍ରସ୍ତୁତ କରିବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାର ପ୍ରଦର୍ଶନ କରିଥିଲେ। ଓଡିଶାରେ ପ୍ରଥମ ଥର ପାଇଁ ଏହି ୟୁନିଟର ସଫଳ ପରୀକ୍ଷଣ କୋରାପୁଟ କଫିର ବ୍ରାଣ୍ଡିଙ୍ଗ କରିବା ଦିଗରେ ଏକ ସଫଳତା ବୋଲି ଶ୍ରୀ ପ୍ରଧାନ ମତ ଦେଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details