ଓଡିଶା

odisha

ETV Bharat / state

କାନ୍ଥ ପଡ଼ି 5 ବର୍ଷର ନାବାଳିକାର ମୃତ୍ୟୁ

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ କଳଶୀଭଙ୍ଗା ଗ୍ରାମରେ ଅଭାବନୀୟ ଘଟଣା । ମାଟି କାନ୍ଥ ଭୁଶୁଡ଼ି ୫ ବର୍ଷିୟା ନାବାଳିକାର ମୃତ୍ୟୁ । ଅଧିକ ପଢ଼ନ୍ତୁ

child died after wall collapsed in kalashibhanga mayurbhanj
କାନ୍ଥ ପଡ଼ି 5 ବର୍ଷର ନାବାଳିକାର ମୃତ୍ୟୁ

By

Published : Oct 16, 2022, 2:07 PM IST

ରାଇରଙ୍ଗପୁର:କାନ୍ଥ ପଡ଼ି ୫ ବର୍ଷିୟା ନାବାଳିକାର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ କଳଶୀଭଙ୍ଗା ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତ ନାବାଳିକା ଜଣକ ହେଉଛନ୍ତି ଉକ୍ତ ଗ୍ରାମର ରସାନନ୍ଦ ମାଝୀଙ୍କ ପାଞ୍ଚ ବର୍ଷର ଝିଅ ମୌସୁମୀ ମାଝି।

ସୂଚନା ଅନୁଯାୟୀ, ମୌସୁମୀ ପାଖ ପଡୋଶୀ ଫାଗୁରାମ ମୁର୍ମୁଙ୍କ ଘରକୁ ଝରିପୋକ ଧରିବାକୁ ଯାଇଥିଲେ । ଉକ୍ତ ଘରଟି ଅସୁରକ୍ଷିତ ଭାବେ ଭଙ୍ଗା ଦଦରା ଅବସ୍ଥାରେ ରହିଥିଲା । ଏହି ସମୟରେ ତାଙ୍କ ଉପରେ ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା । ଫଳରେ ମୌସୁମୀ ଗୁରୁତର ଭାବେ ଆହତ ହୋଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ମୌସୁମୀଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ:ଘରେ ସ୍ବାମୀ ନଥିବା ବେଳେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ଖବର ପାଇ ଗୋରୁମହିଷାଣୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି । ସେପଟେ ନାବାଳିକାର ମୃତ୍ୟୁ ଖବର ନେଇ କଳସୀଭଙ୍ଗା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details