କେରାପୁଟ: କୌଣସି ଖେଳରେ ବିଜେତାଙ୍କୁ ଟ୍ରଫି ମିଳିଥାଏ । ମିଳିବା ବି ସ୍ବଭାବିକ କଥା । ହେଲେ ଖେଳରେ ଜିତିଲେ ଛେଳି, କୁକୁଡା ଓ ଗଞ୍ଜା ପୁରସ୍କାର ଦିଆଯାଉଥିବା କେବେ ଶୁଣି ନଥିବେ । କୋରାପୁଟ ନିକଟସ୍ଥ ରଙ୍ଗବାଲି କୁମ୍ଭା ଠାରେ ଆୟୋଜିତ ହୋଇଥିବା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜେତାଙ୍କୁ ଛେଳି ଓ ଦ୍ବିତୀୟ ସ୍ଥାନରେ ରହିଥିବା ଟିମକୁ ଗଞ୍ଜା କୁକୁଡା ପୁରସ୍କାରରେ ଦିଆଯାଇଛି ।
ଅତୀତରେ ଖେଳକୁଦରେ ବିଜୟୀ ହେଲେ ଟ୍ରଫି ଦେବାର ବ୍ୟବସ୍ଥା ନଥିଲା । ଖେଳାଳିଙ୍କୁ ଉତ୍ସାହିତ କରିବା ପାଈଁ ଛେଳି , କୁକୁଡ଼ା ଓ ଗଞ୍ଜା ପୁରସ୍କାର ଭାବେ ଦିଆଯାଉଥିଲା । ଏହି ପରମ୍ପରାକୁ ମନେ ପକେଇବା ସହ ତାକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ କୋରାପୁଟ ନିକଟସ୍ଥ ରଙ୍ଗବାଲି କୁମ୍ଭା ଠାରେ ପ୍ରତିବର୍ଷ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୁଏ । ୩୦ଟି ଦଳକୁ ନେଇ ଆୟୋଜିତ ହୋଇଥିଲା ଟୁର୍ଣ୍ଣାମେଣ୍ଟ ।