ଓଡିଶା

odisha

By

Published : Nov 7, 2021, 9:52 AM IST

ETV Bharat / state

‘ପ୍ରତି ଘରକୁ ଜଳଯୋଗାଣ ସହ ପିଲାଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ କେନ୍ଦ୍ରର ଲକ୍ଷ୍ୟ’

ଏବେ ପ୍ରତ୍ୟେକ ଘରକୁ ଜଳ ଯୋଗାଣ ସହ ପିଲାଙ୍କ ପାଖରେ ପହଞ୍ଚିବ ଉନ୍ନତ ମାନର ଶିକ୍ଷା । କେନ୍ଦ୍ର ସରକାର ଏଭଳି ଲକ୍ଷ୍ୟ ରଖିଛନ୍ତି ବୋଲି ଜଣାଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ । ଅଧିକ ପଢନ୍ତୁ...

ପ୍ରତ୍ୟେକ ଘରକୁ ଜଳ ଯୋଗାଣ ସହ ପିଲାଙ୍କ ପାଖରେ ଉନ୍ନତ ମାନର ଶିକ୍ଷା ପହଞ୍ଚିବା କେନ୍ଦ୍ର ସରକାରଙ୍କ ଲକ୍ଷ
ପ୍ରତ୍ୟେକ ଘରକୁ ଜଳ ଯୋଗାଣ ସହ ପିଲାଙ୍କ ପାଖରେ ଉନ୍ନତ ମାନର ଶିକ୍ଷା ପହଞ୍ଚିବା କେନ୍ଦ୍ର ସରକାରଙ୍କ ଲକ୍ଷ

କୋରାପୁଟ: ଏବେ ପ୍ରତ୍ୟେକ ଘରକୁ ଜଳ ଯୋଗାଣ ସହ ପିଲାଙ୍କ ପାଖରେ ପହଞ୍ଚିବ ଉନ୍ନତ ମାନର ଶିକ୍ଷା । କେନ୍ଦ୍ର ସରକାର ଏଭଳି ଲକ୍ଷ୍ୟ ରଖିଛନ୍ତି ବୋଲି ଜଣାଇଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶେଶ୍ବର ଟୁଡୁ । ଗତକାଲି(ଶନିବାର) କୋରାପୁଟ ଆସି ସେ ଜଳ ଯୋଗାଣ ଓ ଆଦିବାସୀ କଲ୍ୟାଣ ବିଭାଗର ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ ଏବଂ ଜିଲ୍ଲାରେ ଘର ଘର ଜଳ ଯୋଜନା ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।

ପ୍ରତ୍ୟେକ ଘରକୁ ଜଳ ଯୋଗାଣ ସହ ପିଲାଙ୍କ ପାଖରେ ଉନ୍ନତ ମାନର ଶିକ୍ଷା ପହଞ୍ଚିବା କେନ୍ଦ୍ର ସରକାରଙ୍କ ଲକ୍ଷ

ବିଭିନ୍ନ ଛୋଟ ବଡ ସମସ୍ୟା ମଧ୍ୟ ଦେଇ ଜଳ ଯୋଗାଣ କାର୍ଯ୍ୟ ଆଗକୁ ଚାଲିଥିବା ବେଳେ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ଯୋଜନା ଆଣ୍ଠେଇ ପଡିଥିବା ଦେଖାଦେଇଛି । ଜିଲ୍ଲାରେ 9ଟି ଏକଲବ୍ୟ ବିଦ୍ୟାଳୟ ନିର୍ମାଣ ପାଇଁ ମଞ୍ଜୁର ହୋଇଥିଲେ ହେଁ କେବଳ ଗୋଟିଏର କାମ ସମ୍ପନ୍ନ ହୋଇପାରିଥିବା ସେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରିଛନ୍ତି ।

ଏହାସହ ବିଭାଗୀୟ ଅଧିକାରୀ ଆସନ୍ତା ଦିନରେ ଏହି ପ୍ରକଳ୍ପରେ ମଧ୍ୟ ଦ୍ରୁତ ଅଗ୍ରଗତି ଆଣିବାର ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି । ଏପଟେ ଗତକାଲି ମନ୍ତ୍ରୀଙ୍କୁ ବିଜେପି ଦଳ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details