ଓଡିଶା

odisha

ETV Bharat / state

କୋରାପୁଟରେ ଗୁମ୍ଫା ପର୍ଯ୍ୟଟନର ହେବ ବିକାଶ - ଗୁମ୍ପାରେ ଆଲୋକୀକରଣ ବ୍ୟବସ୍ଥା

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଗୁମ୍ପାରେ ଆଲୋକୀକରଣ ବ୍ୟବସ୍ଥା କରାଯିବା ସହ ଯାଆଆସ ପାଇଁ ଭଲ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଇଛି କୋରାପୁଟ ପ୍ରଶାସନ । ଅଧିକ ପଢନ୍ତୁ

କୋରାପୁଟରେ ବିକଶିତ ହେବ ଗୁମ୍ଫା ପର୍ଯ୍ୟଟନ,ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ
କୋରାପୁଟରେ ବିକଶିତ ହେବ ଗୁମ୍ଫା ପର୍ଯ୍ୟଟନ,ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ

By

Published : Aug 25, 2022, 3:21 PM IST

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କୋରାପୁଟ । ପର୍ଯ୍ୟଟନ କ୍ଷେତ୍ରରେ ଆଉ ଦି ପାଦ ଆଗକୁ ବଢିଛି ଜିଲ୍ଲା ପ୍ରଶାସନ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଗୁମ୍ପାରେ ଆଲୋକୀକରଣ ବ୍ୟବସ୍ଥା କରାଯିବା ସହ ଯାଆଆସ ପାଇଁ ଭଲ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେଇଛି କୋରାପୁଟ ପ୍ରଶାସନ ।

ଜିଲ୍ଲାର ବୈପାରିଗୁଡା ବ୍ଲକରେ ଗୁପ୍ତେଶ୍ବର ଠାରୁ ଆରମ୍ଭ କରି ଲକ୍ଷ୍ମୀପୁର ବ୍ଲକର କୁଟୁଣିପଦର, ସେମିଳିଗୁଡା ନିକଟସ୍ଥ ପାରୁଆମାଳୀ, ନନ୍ଦପୁର ବ୍ଲକରେ ଥିବା ବାଲ୍ମିକୀ ଆଶ୍ରମ ନିକଟସ୍ତ ରାଜା ଗୁମ୍ଫା ଓ ବାଲ୍ଡ଼ା ନିକଟସ୍ଥ ନାଗେଶ୍ବରୀ ଗୁମ୍ଫା ରହିଛି । ଏହି ବିଶାଳକାୟ ଗୁମ୍ପା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।

କୋରାପୁଟରେ ବିକଶିତ ହେବ ଗୁମ୍ଫା ପର୍ଯ୍ୟଟନ,ଅଣ୍ଟା ଭିଡିଲା ଜିଲ୍ଲା ପ୍ରଶାସନ

କୋରାପୁଟ ଜିଲ୍ଲାପାଳ କହିଛନ୍ତି, "ପର୍ଯ୍ୟଟନର ଏହି ଦିଗର ଗୁରୁତ୍ଵକୁ ଅନୁଭବ କରି କୋରାପୁଟ ଜିଲ୍ଲା ପ୍ରଶାସନ ଦ୍ବାରା ଏହି ସମସ୍ତ ଗୁମ୍ଫା ସମେତ ଗୁପ୍ତେଶ୍ବର ନିକଟସ୍ଥ ଆଉ କିଛି ଛୋଟ ବଡ଼ ଗୁମ୍ଫାର ପୁନରୁଦ୍ଧାର କରାଯିବ । ଯାହା ଫଳରେ ଜିଲ୍ଲାରେ ପର୍ଯ୍ୟଟନ ବିକାଶ ଘଟିବା ସହ ସ୍ଥାନୀୟ ଲୋକେ ରୋଜଗାରକ୍ଷମ ହୋଇପାରିବେ । ସେହି ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ କରାଯିବ । ଗୁପ୍ତେଶ୍ବର ଗୁମ୍ପାର କାର୍ଯ୍ୟ ମଧ୍ୟ ବେଶ ଆଗେଇ ଚାଲିଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବର୍ଷା ଦିନ ପରେ ଗୁମ୍ପାକୁ ଯାଇଥିବା ରାସ୍ତାର ପିଚୁକାମ ଆରମ୍ଭ ହେବ । ସେପଟେ, କୋଲାବ ନଦୀ ଉପରେ ଥିବା ଘାଟ କାର୍ଯ୍ୟ ମଧ୍ୟ ଆଗଉଛି । ୨୫ ଲକ୍ଷ ଟଙ୍କା ଓଆଇସିସିକୁ ଦିଆଯାଇଛି । ଖୁବଶୀଘ୍ର ଏ ସମସ୍ତ କାର୍ଯ୍ୟ ଶେଷ ହେବ ।"

ଏହାବି ପଢନ୍ତୁ:ପଦ୍ମଶ୍ରୀ କମଳା ପୂଜାରୀ ଗୁରୁତର, SCB ସ୍ଥାନାନ୍ତର, ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ପ୍ରଥମ ପର୍ଯ୍ୟାୟରେ ବର୍ତ୍ତମାନ ନାଗେଶ୍ବରୀ ଗୁମ୍ଫା ଓ ଗୁପ୍ତେଶ୍ବର ଅଞ୍ଚଳରେ ଥିବା ଗୁମ୍ଫା ଗୁଡ଼ିକୁ ପର୍ଯ୍ୟଟକଙ୍କ ପାଇଁ ପ୍ରାକୃତିକ ଉପାୟରେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଉଛି । ଏହି କାର୍ଯ୍ୟର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ନିଜେ ଗୁମ୍ଫା ଗୁଡିକୁ ମଧ୍ୟ ପରିଦର୍ଶନ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details