ଓଡିଶା

odisha

ETV Bharat / state

ଶାବରଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ଯାତ୍ରା, ମନ୍ଦିରରେ ପହଁଞ୍ଚିଲା ତିନିରଥ

ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଯାତ୍ରାର ଦ୍ଵିତୀୟ ଦିନରେ ମଧ୍ୟାହ୍ନ ୧୨ଟା ବେଳକୁ ତିନିରଥ ଭକ୍ତଙ୍କ ଆନନ୍ଦ ଉଲ୍ଲାସ ଭରା ପରିବେଶରେ ଗୁଣ୍ଡିଚା ମନ୍ଦିର ପହଁଞ୍ଚି ଯାଇଛି।

By

Published : Jul 5, 2019, 3:27 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଆଜି ଶ୍ରୀଗୁଣ୍ଡିଚା ଯାତ୍ରା । ଏହି ଯାତ୍ରାର ଦ୍ଵିତୀୟ ଦିନରେ ମଧ୍ୟାହ୍ନ ୧୨ଟା ବେଳକୁ ତିନିରଥ ଭକ୍ତଙ୍କ ଆନନ୍ଦ ଉଲ୍ଲାସ ଭରା ପରିବେଶରେ ଗୁଣ୍ଡିଚା ମନ୍ଦିର ପହଁଞ୍ଚିଯାଇଛି । ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରକୁ କେବଳ ବଳଭଦ୍ରଙ୍କ ରଥ ପହଁଞ୍ଚିଥିବା ବେଳେ ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥ ବଡ଼ଦାଣ୍ଡରେ ଅଟକି ଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା କୋରାପୁଟ

ବିଗତ ବର୍ଷରେ ଏଠାରେ ଗୋଟାଏ ରଥରେ ତିନି ଭାଇଭଉଣୀ ବିରାଜମାନ କରିଥିବା ଯୋଗୁଁ ସନ୍ଧ୍ୟା ଶୁଦ୍ଧା ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଆଳତି ନେଉଥିଲେ । କିନ୍ତୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ତିନୋଟି ରଥରେ ତିନିଠାକୁର ଯାତ୍ରା କରିବା ଓ ରଥାରୂଢ ଠାକୁରଙ୍କୁ ବଡ଼ଦାଣ୍ଡରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶନ କରିବାର ଆନନ୍ଦ ଭକ୍ତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନେଇଛନ୍ତି।

ଆଜି ସକାଳୁ ତୁହାକୁ ତୁହା ପଡୁଥିବା ବର୍ଷାକୁ ଖାତିର ନକରି ଭକ୍ତ ମା ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିରରେ ପହଁଞ୍ଚାଇଥିଲେ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details