କୋରାପୁଟ: ବୈପାରିଗୁଡା ବ୍ଲକର ବିଭିନ୍ନ ସ୍ଥାନରେ ସିଭିଲ ଆକ୍ସନ କାର୍ଯ୍ୟକ୍ରମ ଆୟୋଜନ କଲେ BSF ଯବାନ । ସ୍ଥାନୀୟ ଯୁବକମାନଙ୍କୁ ସୁସ୍ଥ ଏବଂ ଫିଟ୍ ରହିବା ସହ ସୁରକ୍ଷା ବାହିନୀରେ ନିୟୋଜିତ ହେବାକୁ ପ୍ରୋତ୍ସାହିତ କରିଛନ୍ତି ଯବାନମାନେ । ଏଥିସହ ଗ୍ରାମବାସୀମାନଙ୍କୁ ବିଭିନ୍ନ ଘରକରଣା ସାମଗ୍ରୀ ପ୍ରଦାନ କରିଛନ୍ତି ।
ମାଠପଡ଼ାରେ ଡାଲପୁର, ଟିପାଗୁଡା, ଝିଲିମିଲିଗୁଡା, ପଞ୍ଜାବିଗୁଡା, ଲୋଡକାଗୁଡା, ପ୍ରଧାନମାଲା, କୁପଲିଗୁଡା, ସିମିଳିଗୁଡା, ମୁର୍ଜାଗୁଡା, ମୁସାପଦର ଏବଂ ମାଲାଗୁଡା ଅନ୍ତର୍ଗତ ଗ୍ରାମବାସୀଙ୍କ ପାଇଁ BSF ଯବାନମାନେ ଏକ ସିଭିକ୍ ଆକ୍ସନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ 600 ଗ୍ରାମବାସୀଙ୍କୁ ପୋଷାକ, ଷ୍ଟେସନାରୀ ଜିନିଷ, ଘର କରଣା ଜିନିଷ ଏବଂ କ୍ରୀଡା ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି ଅବସରରେ କୋରାପୁଟ ବିଏସଏଫ ସେକ୍ଟର ଡିଜି ମଦନ ଲାଲ ଏବଂ କମାଣ୍ଡାଣ୍ଟ ଅଜୟ କୁମାର ଉପସ୍ଥିତ ଥିଲେ ।