ଓଡିଶା

odisha

ETV Bharat / state

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥିତ୍ବକୁ ନେଇ ଅସନ୍ତୋଷ

ଗୋଟିଏ ପଟେ ଦଳ ବୃଦ୍ଧି ପାଉଥିବା ବେଳେ ଅନ୍ୟପଟେ ପ୍ରାର୍ଥିତ୍ବକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ବିଜେଡି ଛାଡି ବିଜେପିରେ ମିଶିଥିବା କୁମୁଦ ସାଉଁତାଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି ଆଶୀୟ ପ୍ରାର୍ଥୀ । ଏନେଇ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଜଳାପୋଡା ଓ ଭଙ୍ଗାରୁଜା କରାଯାଇଛି ।

By

Published : Mar 23, 2019, 6:54 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


କୋରାପୁଟ: ଶଙ୍ଖ ଛାଡି କିଛି ନେତା ପଦ୍ମରେ ମିଶିବା ପରେ ବିଜେପି ଦଳର ଶକ୍ତି ବୃଦ୍ଧି ହୋଇଛି । ବିଜେଡି ଛାଡି ବିଜେପିରେ ମିଶିଥିବା କୁମୁଦ ସାଉଁତାଙ୍କ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀତ୍ବ ପ୍ରଦାନ କରାଯାଇଛି । ଯାହାକୁ ନେଇ ଏବେ ବିବାଦ ଉଗ୍ର ରୂପ ଧାରଣ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଟିକେଟ ପାଇଁ ଆଶାୟୀ ଥିବା ପ୍ରାର୍ଥୀ ଦଳରେ କୁମୁଦ ସାଉଁତାଙ୍କ ପ୍ରାର୍ଥିତ୍ବକୁ ତୀବ୍ର ବିରୋଧ କରିଛନ୍ତି । ଦଳୀୟ କର୍ମୀ ବିପିନ ମାଣ୍ଡିଙ୍ଗାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରୁଥିବା ବେଳେ କୁମୁଦଙ୍କ ପ୍ରାର୍ଥିତ୍ବକୁ ବିରୋଧ କରିଛନ୍ତି । ଯାହାର ଉଗ୍ର ଦୃଶ୍ୟ ଲକ୍ଷ୍ମୀପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । କାର୍ଯ୍ୟାଳୟ ସମ୍ମୁଖରେ ଭଙ୍ଗାରୁଜା କରିବା ସହ ଜଳାପୋଡା କରାଯାଇଥିଲା । ଏଥିସହ ଦଳ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଆନ୍ଦୋଳନକାରୀ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details