ଓଡିଶା

odisha

ETV Bharat / state

‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ର ସଠିକ ପ୍ରଚାର ଦାବିରେ ବିଜେପିର ଆନ୍ଦୋଳନ - କୋରାପୁଟରେ ବିଜେପି ଆନ୍ଦୋଳନ

କେନ୍ଦ୍ର ସରକାରଙ୍କ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା' ଲେଖିବା ପରିବର୍ତ୍ତେ ରାଜ୍ୟ ସରକାର ‘ମୋ ଆବାସ ଯୋଜନା’ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । ଏଭଳି ବିଜ୍ଞପ୍ତିକୁ ହଟାଇବା ପାଇଁ ବିଜେପିର କର୍ମକର୍ତ୍ତା ଆନ୍ଦୋଳନ କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଲେଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Sep 27, 2019, 7:07 PM IST

କୋରାପୁଟ: ଗରିବଙ୍କ ପାଇଁ ମାଳମାଳ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ହେଲେ ଏହି ଯୋଜନା ଠିକ ଭାବେ ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ । ଏହା ପଛରେ କେବଳ ରାଜ୍ୟ ସରକାର ଦାୟୀ । ରାଜ୍ୟ ସରକାର ଜାଣିଶୁଣି କେନ୍ଦ୍ର ସରକାରଙ୍କ କୌଣସି ଯୋଜନାକୁ ସାଧାରଣରେ ବିଜ୍ଞପ୍ତି କରୁନାହିଁ । ଏଭଳି କିଛି ଅଭିଯୋଗ ନେଇ ବିଜେପିର କର୍ମକର୍ତ୍ତା ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ଲେଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ସଠିକ ବିଜ୍ଞାପନ ନଦେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ରାଜ୍ୟ ସରକାର । ଏହି ଅଭିଯୋଗରେ ବିଜେପିର କର୍ମକର୍ତ୍ତା ଶୁକ୍ରବାର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ରକୁ କୋରାପୁଟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । କେନ୍ଦ୍ର ସରକାରଙ୍କ 'ହାଉସିଂ ଫର ଅଲ' ଯୋଜନାରେ ଓଡ଼ିଶାରେ ୧୬ ଲକ୍ଷରୁ ଊର୍ଦ୍ଧ୍ବ ସଂଖ୍ୟକ ଗୃହ ନିର୍ମାଣ କରାଯାଇଥିବା ବେଳେ ରାଜ୍ୟ ସରକାର ଏହି ଯୋଜନା ନାଁ ପରିବର୍ତ୍ତନ କରି ଲୋକଙ୍କୁ ଠକି ଚାଲିଛନ୍ତି ବୋଲି ବିଜେପିର ଜିଲ୍ଲା ସଭାପତି ବିଜୟ ମିଶ୍ର ଅଭିଯୋଗ କରିଛନ୍ତି ।


କେନ୍ଦ୍ର ସରକାରଙ୍କ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା' ଲେଖିବା ପରିବର୍ତ୍ତେ ରାଜ୍ୟ ସରକାର ‘ମୋ ଆବାସ ଯୋଜନା’ କହି ଲୋକଙ୍କୁ ଭ୍ରମିତ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଅନୁଦାନକୁ ସ୍ବୀକାର କରିବା ସହ ସମସ୍ତ ବିଜ୍ଞାପ୍ତି ଓ ବିଜ୍ଞାପନରେ 'ପ୍ରଧାନମନ୍ତ୍ରୀ ଆବାସ ଯୋଜନା' ଲେଖିବା ପାଇଁ ବିଜେପି ଜିଲ୍ଲା ଶାଖାର ବରିଷ୍ଠ ସଦସ୍ୟ ତ୍ରିପୁରାରୀ ଗରଡ଼ା ଦାବି କରିଛନ୍ତି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details