କୋରାପୁଟ: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ବିଜେପି ଓ କଂଗ୍ରେସର ରାସ୍ତାରୋକ । ଶନିବାର କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ବିଜେପିର ଜୟରାମ ପାଙ୍ଗି ଓ ଗୌତମ ସାମନ୍ତରାୟଙ୍କ ସମେତ କଂଗ୍ରେସର ପ୍ରଦୀପ ମାଝୀ ଓ ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଉଭୟ ରାଜନୈତିକ ଦଳର କର୍ମୀ ଏକାଠି ହୋଇ କୁନ୍ଦୁଲି ନିକଟରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।
ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି । ଏଥି ପୂର୍ବରୁ କୋଟିଆ ଠାରେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ଦଳୀୟକର୍ମୀମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଘେରାଉ ରଖି ଫାଟୁସିନେରୀରେ ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାରେ ସଫଳ ହୋଇଥିବା ଅଭିଯୋଗ କରିଥିଲେ ।