ଓଡିଶା

odisha

ETV Bharat / state

କୋରାପୁଟରେ ବିଜେଡିର ଶୋଚନୀୟ ପରାଜୟ, ଗୋଟିଏ ଆସନରେ ମିଳିଲା ସନ୍ତୁଷ୍ଟି

ସାରା ରାଜ୍ୟରେ ବିଜେଡିର ଲହର ରହିଥିବା ବେଳେ କୋରାପୁଟ ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । କୋରାପୁଟର 4ଟି ପୌରାଞ୍ଚଳ ମଧ୍ୟରୁ 3ଟିରେ ବିଜେଡି ଶୋଚନୀୟ ପ୍ରଦର୍ଶନ କରିଛି । ଅଧିକ ପଢ଼ନ୍ତୁ

By

Published : Mar 26, 2022, 4:18 PM IST

କୋରାପୁଟରେ ବିଜେଡିର ଦୟନୀୟ ଅବସ୍ଥା, 4ଟି ପୌରରୁ 3ଟିରେ ପରାଜିତ
କୋରାପୁଟରେ ବିଜେଡିର ଦୟନୀୟ ଅବସ୍ଥା, 4ଟି ପୌରରୁ 3ଟିରେ ପରାଜିତ

କୋରାପୁଟ:ସାରା ରାଜ୍ୟରେ ବିଜେଡିର ଲହର ରହିଥିବା ବେଳେ କୋରାପୁଟ ଜିଲ୍ଲାରେ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । କୋରାପୁଟର 4ଟି ପୌରାଞ୍ଚଳ ମଧ୍ୟରୁ 3ଟିରେ ବିଜେଡି ଶୋଚନୀୟ ପ୍ରଦର୍ଶନ କରିଛି । ତେବେ କୋରାପୁଟ ପୌର ପରିଷଦକୁ ଅକ୍ତିଆର କରି ଦଳ ନିଜ ସମ୍ମାନ ରକ୍ଷା କରିବାରେ ସଫଳ ହୋଇଛି । କୋରାପୁଟ ପୌରାଧ୍ୟକ୍ଷ ଭାବେ ବିଜେଡିର ଲଲାଟ ରଞ୍ଜନ ସେଠୀ ବିଜୟୀ ହୋଇଛନ୍ତି ।

କୋରାପୁଟରେ ବିଜେଡିର ଦୟନୀୟ ଅବସ୍ଥା, 4ଟି ପୌରରୁ 3ଟିରେ ପରାଜିତ

ଲଲାଟ ରଞ୍ଜନ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ଦଳର ପ୍ରାର୍ଥୀଙ୍କୁ 6379 ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ସୁନାବେଡ଼ା ଓ ଜୟପୁର ପୌରାଞ୍ଚଳ ଏବଂ କୋଟପାଡ଼ ବିଜ୍ଞପିତ ଅଞ୍ଚଳ ପରିଷଦରେ ସ୍ଵାଧୀନ ଓ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସୁନାବେଡ଼ାରେ ସ୍ଵାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ପାତ୍ରଙ୍କ ଠାରୁ ବିଜେଡି ପ୍ରାର୍ଥୀ 1132 ଭୋଟ ବ୍ୟବଧାନ ପରାଜିତ ହୋଇଛି । ଜୟପୁରରେ କଂଗ୍ରେସ ଦଳର ପ୍ରାର୍ଥୀ ନରେନ୍ଦ୍ର ମହାନ୍ତିଙ୍କ ଠାରୁ ବିଜେଡି ପ୍ରାର୍ଥୀ 5306 ଭୋଟ ବ୍ୟବଧାନରେ ପରାଜିତ ହୋଇ ଦ୍ଵିତୀୟ ସ୍ଥାନରେ ରହିଛି ।

କୋଟପାଡ଼ରେ କଂଗ୍ରେସ ପ୍ରାର୍ଥୀ ଏସ.ଶଙ୍କର ରାଓ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ପ୍ରାର୍ଥୀଙ୍କଠାରୁ 535ଟି ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ଏଠାରେ ବିଜେଡି ତୃତୀୟ ସ୍ଥାନକୁ ଖସି ଆସିଛି, ଯାହା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି । ସୁନାବେଡ଼ା ପୌର ପରିଷଦର ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ ଆମ ଆଦମୀ ପାର୍ଟି ପ୍ରାର୍ଥୀ ଦେଇଥିଲା । ତେବେ ଦଳ କୌଣସି ଆସନକୁ ଅକ୍ତିଆର କରିବାରେ ସଫଳ ହୋଇ ପାରିନାହିଁ ।



କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details