କୋରାପୁଟ: ଓଡ଼ିଶାର ବିପର୍ଯ୍ୟୟ ପ୍ରଶମନ ଯୋଜନା ଆରମ୍ଭ ହୋଇଛି । ଏଥିପାଇଁ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ(OSDMA) କୋରାପୁଟରେ ଏକ ଆଞ୍ଚଳିକ କର୍ମଶାଳା ଆୟୋଜିତ କରିଛି । ୟୁନିସେଫ , ଅକ୍ସଫାମ ଓ ୟୁଏନଡିପି ସହଯୋଗରେ ଏହି କର୍ମଶାଳା ଆୟୋଜିତ କରାଯାଇଛି । କୋରାପୁଟ , ନବରଙ୍ଗପୁର , ମାଲକାନଗିରି , ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଆପାତକାଳୀନ ଅଧିକାରୀ , ଓଏସଡିଏମଏ ର କର୍ମକର୍ତ୍ତା ଓ ଅନ୍ୟାନ୍ୟ ବିପର୍ଯ୍ୟୟ ନିୟନ୍ତ୍ରଣ ସଂସ୍ଥା ଆଦି ଯୋଗ ଦେଇଥିଲେ । ଏହି ଏକଦିବସୀୟ କର୍ମଶାଳାକୁ କୋରାପୁଟ ଜିଲ୍ଲାପାଳ ପୋମା ଟୁଡୁ ଉଦଘାଟନ କରିଥିଲେ ।
ଆୟୋଜିତ ହେଲା ବିପର୍ଯ୍ୟୟ ମୁକାବିଲା କର୍ମଶାଳା - UNDP
ବିପର୍ଯ୍ୟୟ ମୁକାବିଲା ପାଇଁ କୋରାପୁଟରେ ଆୟୋଜିତ ହୋଇଛି ଆଞ୍ଚଳିକ କର୍ମଶାଳା । OSDMA ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି କର୍ମଶାଳା ।
ଓଡିଶା ଆପାତକାଳୀନ ସହାୟତା ପ୍ରଦାନ କରିବା ଓ ପରିସ୍ଥିତିର ମୁକାବିଲା କରିବାରେ ସକ୍ଷମ ହୋଇଛି । ଏହାସହ ବିଶ୍ବର ବିଭିନ୍ନ ସ୍ଥାନରେ ବିପର୍ଯ୍ୟୟ ସମୟରେ ଗ୍ରହଣ କରାଯାଉଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ଓଡ଼ିଶାର ପ୍ରସ୍ତୁତିକୁ ସୁଦୃଢ଼ କରିବା ପାଇଁ ସମସ୍ତେ ପ୍ରୟାସ କରିବା ଦରକାର ବୋଲି ଡକ୍ଟର ଟୁଡୁ ମତ ରଖିଥିଲେ । କର୍ମଶାଳାରେ ହୋଇଥିବା ଆଲୋଚନା ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା କରିବାର ଯୋଜନା ପ୍ରସ୍ତୁତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଓଏସଡିଏମଏ ର ମୁଖ୍ୟ ପରିଚାଳକ ପ୍ରଦୀପ କୁମାର ନାୟକ ଆଶା କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ