ଓଡିଶା

odisha

ETV Bharat / state

ଲଘୁ ଶସ୍ୟର ଉତ୍ପାଦନ ନେଇ ୫ ରାଜ୍ୟର କୃଷି ବିଶେଷଜ୍ଞ ଓ ଚାଷୀଙ୍କ ପ୍ରଦର୍ଶନୀ ମେଳା

ଲଘୁ ଶସ୍ୟର ଉତ୍ପାଦନ ଏବଂ ଅଗ୍ରଗତିରକୁ ନେଇ କୋରାପୁଟରେ ଜାତୀୟ କର୍ମଶାଳା ତଥା ପ୍ରଦର୍ଶନୀ ମେଳା ଆୟୋଜିତ । ଅଧିକ ପଢନ୍ତୁ

By

Published : Mar 10, 2022, 10:20 AM IST

ଲଘୁ ଶସ୍ୟର ଉତ୍ପାଦନ ନେଇ ପାଞ୍ଚଟି ରାଜ୍ୟର କୃଷି ବିଶେଷଜ୍ଞ ଓ ଚାଷୀଙ୍କ ପ୍ରଦର୍ଶନୀ ମେଳା
ଲଘୁ ଶସ୍ୟର ଉତ୍ପାଦନ ନେଇ ପାଞ୍ଚଟି ରାଜ୍ୟର କୃଷି ବିଶେଷଜ୍ଞ ଓ ଚାଷୀଙ୍କ ପ୍ରଦର୍ଶନୀ ମେଳା

କୋରାପୁଟ: ଲଘୁ ଶସ୍ୟର ଉତ୍ପାଦନ ଏବଂ ଅଗ୍ରଗତିରକୁ ନେଇ କୋରାପୁଟରେ ଜାତୀୟ କର୍ମଶାଳା ତଥା ପ୍ରଦର୍ଶନୀ ମେଳା ଆୟୋଜିତ । ଏହା ଉପରେ ହେଉଥିବା ଗବେଷଣାକୁ ଆଧାର କରି ପ୍ରଗତି, ଏଦେଲଗିଭ ଫାଉଣ୍ଡେସନ , ସ୍ୱାମିନାଥନ ଫାଉଣ୍ଡେସନ , ୱାସାନ , ଆଇ ଆଇ ଏମ୍ ଆର ଓ ଓଡ଼ିଶା ମିଲେଟ ମିଶନ ର ମିଳିତ ଆନୁକୁଲ୍ୟରେ ଓଡ଼ିଶା , ଛତିଶଗଡ଼ , ଆନ୍ଧ୍ରପ୍ରଦେଶ , କର୍ଣ୍ଣାଟକ ଓ ତାମିଲନାଡୁ ର ବହୁ କୃଷି ବିଶେଷଜ୍ଞ ଓ ଚାଷୀଙ୍କୁ ନେଇ ଗତକାଲି ପ୍ରଦର୍ଶନୀ ମେଳା ଆରମ୍ଭ ହୋଇଯାଇଥିଲା । ମେଳାରେ ମୁଖ୍ୟ ଅତିଥି ଭାବେ ପଶ୍ଚିମବଙ୍ଗର କୃଷି ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଆର.କେ.ସାମନ୍ତ ଯୋଗ ଦେଇଥିଲେ ।

କୃଷି ବିଶେଷଜ୍ଞ ଓ ଚାଷୀଙ୍କ ପ୍ରଦର୍ଶନୀ ମେଳା

ସମୟକ୍ରମେ ସରକାରୀ ଯୋଜନା , ସ୍ବେଚ୍ଛାସେବୀ ସଂଗଠନ ଗୁଡ଼ିକର ନିରନ୍ତର ପ୍ରୟାସ ଓ ଚାଷୀଙ୍କ ଅଦମ୍ୟ ପ୍ରଚେଷ୍ଟା ଫଳରେ ଖାଦ୍ୟାଭାବର ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି । ଏବେ ଭୋକିଲାଙ୍କ ସଂଖ୍ୟା କମିଛି କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ପେଟ ସିନା ପୁରିଯାଉଛି ଖାଦ୍ୟରେ ପୋଷକ ତତ୍ତ୍ଵ ର ଅଭାବ ରହିଥିବା ପ୍ରଗତି ସ୍ବେଚ୍ଛାସେବୀ ସଂଗଠନ ର ସମ୍ପାଦକ ପ୍ରଭାକର ଅଧିକାରୀ ମତ ରଖିଛନ୍ତି ।

ଖାଦ୍ୟଭାବ କୁ ଦୂର କରିବା ପାଇଁ ଧାନ ଓ ଗହମ ଚାଷ କରି ଭାତ, ଗହମ, ରୁଟି ଖାଇ ଲୋକେ ବଞ୍ଚିଯାଇଛନ୍ତି । କିନ୍ତୁ ସମୟର ଧାରାରେ ନିଜ ପ୍ରଚେଷ୍ଟାରେ ଡଙ୍ଗର ଜମିରେ , ନିଜ କ୍ଷେତରେ ଚାଷୀ ଅମଳ କରୁଥିବା ମାଣ୍ଡିଆ , ସୁଆଁ ଓ ବାଜରା ଭଳି ଲଘୁ ଶସ୍ୟ ର ପରିମାଣ କମିଯିବାରେ ଲାଗିଲା । ତେବେ ଖାଦ୍ୟରେ ପୋଷକ ତତ୍ତ୍ଵ କମିଯାଉଥିବା ସମସ୍ୟାକୁ ଉପଲବ୍ଧି କରି ସରକାର ମଧ୍ୟ ଲଘୁ ଶସ୍ୟ ଉତ୍ପାଦନ ପ୍ରତି ଗୁରୁତ୍ବ ବୃଦ୍ଧି କରିବା ପାଇଁ ମିଲେଟ୍ ମିଶନ ଭଳି ଯୋଜନା ପ୍ରସ୍ତୁତ କରିଥିବା ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ କହିଥିଲେ ।

ଏହି ଯୋଜନାରେ ମାଣ୍ଡିଆ ଚାଷକୁ ବହୁଳ ଭାବେ ପ୍ରୋତ୍ସାହନ ମିଳିଥିବା ବେଳେ ଆଜି ଅନୁଷ୍ଠିତ ଜାତୀୟ କର୍ମଶାଳା ରୁ ଉପଲବ୍ଧ ତଥ୍ୟ କୋରାପୁଟ ଅଞ୍ଚଳର ଚାଷୀଙ୍କୁ ବହୁ ମାତ୍ରାରେ ଲାଭଦାୟକ ହୋଇପାରିବେ ବୋଲି ବିହନ ନିଗମର ଅଧ୍ୟକ୍ଷ ମତ ରଖିଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details