ଓଡିଶା

odisha

ETV Bharat / state

ହିତାଧିକାରୀଙ୍କୁ ବିଡ଼ିଓଙ୍କ ଆକ୍ରମଣ ଅଭିଯୋଗ, ତଦନ୍ତ କରିବ ପୋଲିସ

ଆଜି ସେମିଳିଗୁଡା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଉପରେ ବିଡ଼ିଓ ତ୍ରିନାଥ ମାଝୀଙ୍କ କଥିତ ଆକ୍ରମଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ବିଡ଼ିଓଙ୍କ ଦ୍ୱାରା ଜଣେ ହିତାଧିକାରୀଙ୍କ ଉପରେ ଆକ୍ରମଣର ଅଭିଯୋଗ ଆସିଥିବା ବେଳେ ସେହି ବ୍ୟକ୍ତି ନିଜର ମାଓବାଦୀଙ୍କ ସହ ସମ୍ପର୍କ ଥିବା କହି ବିଡ଼ିଓଙ୍କୁ ଧମକାଉଥିବାର ଅଭିଯୋଗ ଆସିଛି ।

By

Published : Jun 20, 2019, 11:34 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଆଜି ସେମିଳିଗୁଡା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ହିତାଧିକାରୀଙ୍କ ଉପରେ ବିଡ଼ିଓ ତ୍ରିନାଥ ମାଝୀଙ୍କ କଥିତ ଆକ୍ରମଣକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ବିଡ଼ିଓଙ୍କ ଦ୍ୱାରା ଜଣେ ହିତାଧିକାରୀଙ୍କ ଉପରେ ଆକ୍ରମଣର ଅଭିଯୋଗ ଆସିଥିବା ବେଳେ ସେହି ବ୍ୟକ୍ତି ନିଜର ମାଓବାଦୀଙ୍କ ସହ ସମ୍ପର୍କ ଥିବା କହି ବିଡ଼ିଓଙ୍କୁ ଧମକାଉଥିବାର ଅଭିଯୋଗ ଆସିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ
ସେମିଳିଗୁଡା ନିକଟସ୍ଥ ମୂଷାଗୁଡା ଗ୍ରାମର ଚନ୍ଦ୍ର ଖରା ନାମକ ବ୍ୟକ୍ତି ନିଜ ପତ୍ନୀ ସୁରଭି ଖରାଙ୍କ ସହ ନିଜ ଘରର ଶୌଚାଳୟ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ବିଲ୍ ଅନୁଯାୟୀ ଅର୍ଥ ମଞ୍ଜୁର କରିବା ପାଇଁ ଅନୁରୋଧ କରିବାକୁ ଆଜି ବ୍ଲକ ଅଫିସକୁ ଯାଇଥିଲେ

। ସେହି ସମୟରେ ବିଡ଼ିଓ ଓ ବ୍ଲକର କନିଷ୍ଠ ଯନ୍ତ୍ରୀ ସେମାନଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି କରି ଅପମାନିତ କରିଥିଲେ ଏବଂ ବିଡିଓ ଉତ୍ୟକ୍ତ ହୋଇ ଉଠି ଏକ ଛୋଟ ଲୁହା ରଡ଼ ଯୋଗେ ତାଙ୍କ ଉପରକୁ ଆକ୍ରମଣ କରି ରକ୍ତାକ୍ତ କରିଦେଇଥିଲେ ବୋଲି ଚନ୍ଦ୍ର ଖରା ସେମିଳିଗୁଡା ଥାନାରେ ଅଭିଯୋଗ କରଛନ୍ତି । ନିଜ ଅର୍ଥ ଫେରିପାଇବା ସହ ବିଡ଼ିଓ ଙ୍କ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭି କୁ ଯାଞ୍ଚ କରି ବିଡ଼ିଓ ଓ ଜେଇଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚନ୍ଦ୍ର ଖରା ଦାବି କରିଛନ୍ତି ।

ତେବେ ବିଡ଼ିଓ ତାଙ୍କ ପ୍ରତିକ୍ରିୟାରେ ଚନ୍ଦ୍ର ଖରା କରିଥିବା ଅଭିଯୋଗ ଭିତ୍ତିହୀନ କହିଥିବା ବେଳେ ଶୌଚାଳୟର ୱାର୍କ ଅର୍ଡର ସୁରଭି ଖରାଙ୍କ ନାଁରେ ନୁହେଁ ବରଂ ଏକ ସ୍ୱୟଂସହାୟକ ଗୋଷ୍ଠୀକୁ ଦିଆଯାଇଥିବା କହିଛନ୍ତି । ଚନ୍ଦ୍ର ଖରା ମଧ୍ୟ ଅନେକ ସମୟରେ ତାର ମାଓବାଦୀଙ୍କ ସହ ସମ୍ପର୍କ ରହିଥିବା କହି ଧମକ ଚମକ ଦେଇଥିବା ବିଡିଓ ଅଭିଯୋଗ କରିଛନ୍ତି । ଏ ନେଇ ସେ ସେମିଳିଗୁଡା ଥାନାରେ ଚନ୍ଦ୍ର ଖରା ବିରୁଦ୍ଧରେ ଏକ ଅଭିଯୋଗ ପତ୍ର ଦାଖଲ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି । ଏହି ସମସ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀ ଯିଏ ହୁଅନ୍ତୁ ନା କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁନାବେଡା ଏସ୍ଡ଼ିପିଓ ନିରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details