ଓଡିଶା

odisha

ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି

ଶାବର ଶ୍ରୀକ୍ଷେତ୍ରରେ ଭକ୍ତିମୟ ପରିବେଶ ସୃଷ୍ଟି ହେଇଛି। 3 ରଥରେ ଚତୁର୍ଦ୍ଧାମୂର୍ତ୍ତି ରଥାରୁଢ ହୋଇ ସାରିଲେଣି। ଅପରାହ୍ନ ଗୋଟାଏ ବେଳକୁ ରଥଟଣା ଆରମ୍ଭ ହେବ ।

By

Published : Jul 12, 2019, 12:43 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଆଜି ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ବାହୁଡା ଯାତ୍ରା। ଏନେଇ ଶାବର ଶ୍ରୀକ୍ଷେତ୍ର ଭକ୍ତିମୟ ପରିବେଶ ସୃଷ୍ଟି ହେଇଛି। ଚକ୍ରରାଜ ସୁଦର୍ଶନଙ୍କ ସହ ବଡଠାକୁର ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଜଗନ୍ନାଥ ଆଜି ଶ୍ରୀମନ୍ଦିରକୁ ବାହୁଡି ଯିବେ। ଏଥିପାଇଁ ଶାବର ଶ୍ରୀକ୍ଷେତ୍ରର ବଡଦାଣ୍ଡରେ କୋରାପୁଟର ବିଭିନ୍ଲ ଗାଁ ଗହଳିରୁ ଆସି ପହଁଞ୍ଚି ଯାଇଛନ୍ତି ଶ୍ରଦ୍ଧାଳୁ ।

ଆଜି ସକାଳୁ ବିଶେଷ ପୂଜାର୍ଚ୍ଚନା ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ବଡଦାଣ୍ଡରେ ଠିଆ ହୋଇଥିବା ତିନି ରଥ ଉପରକୁ ପହଣ୍ଡି ବିଜେ କରିଛନ୍ତି । ତେବେ ଅପରାହ୍ନ ଗୋଟାଏ ବେଳକୁ ରଥଟଣା ଆରମ୍ଭ ହେବ। ଏଥିପାଇଁ ବଡଦାଣ୍ଡରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଲାଣି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


ସୂଚନାଥାଉକି, ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ତିନୋଟି ରଥ ମାଉସୀମାଙ୍କ ଘରେ ପହଁଞ୍ଚିଲା ପରେ କୋରାପୁଟ ଟାଉନ ପୋଲିସ ଥାନାର ଆଇଆଇସିଙ୍କ ପକ୍ଷରୁ ବିଭିନ୍ନ ମିଠା ଓ ବିଶେଷ କରି ପୋଡପିଠା ଭୋଗ ଲାଗି ହୋଇଥାଏ । ଏହାପରେ ଏହି ସବୁ ପ୍ରସାଦକୁ ସମସ୍ତେ ବାଣ୍ଟି ଖାଇବା ଶାବର ଶ୍ରୀକ୍ଷେତ୍ର ବାହୁଡା ଯାତ୍ରାର ବିଶେଷ ଆକର୍ଷଣ ।

କୋରାପୁଟରୁ ସି.ଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details