ଓଡିଶା

odisha

ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା, ମାଉସୀଙ୍କ ଭୋଗ ବାଣ୍ଟି ଖାଇଲେ ଜଗନ୍ନାଥ ଭକ୍ତ

By

Published : Jun 29, 2023, 4:22 PM IST

ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳ ସାରି ବାହୁଡିଛନ୍ତି ମହାପ୍ରଭୁ । ଆଜି ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସୁନାବେଶ ଓ ଅଧରପଣା ନୀତି ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

sabara shrikshetra
sabara shrikshetra

sabara shrikshetra

କୋରାପୁଟ:ଆଜି ଶାବର ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସୁସଜ୍ଜିତ ହେବେ ମହାବାହୁ । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଗତକାଲି ଜନ୍ମବେଦୀରେ ନବଦିନାତ୍ମକ ଲୀଳାଖେଳା ସାରି ବାହୁଡିଛନ୍ତି ମହାପ୍ରଭୁ । ଗୁଣ୍ଡିଚା ଯାତ୍ରାରେ ତିନି ଠାକୁର ଆଡ଼ପ ମଣ୍ଡପରେ ମତ୍ସ୍ୟ , କଚ୍ଛପ, ବରାହ, ନୃସିଂହ, ପର୍ଶୁରାମ,ରାମ,ବାମନ ଓ କଲକି ଅବତାରରେ ଦର୍ଶନ ଦେଇ ଥିବା ବେଳେ ଗତକାଲି ସକାଳେ ଯଥାରୀତିରେ ତିନି ଠାକୁରଙ୍କ ପହଣ୍ଡି କରାଯାଇ ଦିନ ଗୋଟାଏ ବେଳକୁ ରଥଟଣା ସମ୍ପନ୍ନ ହୋଇଥିଲା।

ମହାପ୍ରଭୁ ଜଗନ୍ନାଥ , ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଅନୁଷ୍ଠିତ ଯାତ୍ରା ଭଳି ଶ୍ରୀମନ୍ଦିରକୁ ବାହୁଡା ଯାତ୍ରା ସମୟରେ ମଧ୍ୟ ତିନୋଟି ରଥରେ ତିନି ଜଣ ଆଦିବାସୀ ଛେରା ପହଁରା କରିଥିଲେ। ପରମ୍ପରା ଅନୁଯାୟୀ ଆଦିବାସୀଙ୍କୁ ପ୍ରାଧାନ୍ୟତା ଦିଆଯାଇ ଜଗନ୍ନାଥଙ୍କ ରଥରେ କୋରାପୁଟ ବ୍ଲକର କୁମ୍ଭା ନିବାସୀ ଦାସୀ ନାୟକ , ବଳଭଦ୍ରଙ୍କ ରଥରେ କୋଟିଆର ଦାନୁ ତାଡ଼ିଙ୍ଗି ଓ ଦେବୀ ସୁଭଦ୍ରାଙ୍କ ରଥରେ ଖଜୁରିପୁଟର ସାଧୁ ସାଉନ୍ତା ଛେରା ପହରା କରିଥିଲେ । ଏହାପରେ ଅପରାହ୍ନ ଗୋଟାଏ ବେଳେ ହଜାର ହଜାର ଭକ୍ତଙ୍କ ଉପସ୍ଥିତିରେ ତିନି ରଥ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ ।

ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରି ତିନି ରଥ ମାଉସୀ ମାଙ୍କ ମନ୍ଦିରରେ ପହଞ୍ଚିଲା ପରେ କୋରାପୁଟ ଟାଉନ ପୋଲିସ ଥାନାର ଆଇଆଇସିଙ୍କ ତରଫରୁ ବିଭିନ୍ନ ମିଠା ଓ ବିଶେଷ କରି ପୋଡପିଠା ଭୋଗ ଲାଗିଥିଲା । ଏହାପରେ ପରମ୍ପରା ଅନୁଯାୟୀ ସେହି ପ୍ରସାଦକୁ ସମସ୍ତେ ଜଣକ ହାତରୁ ଆଉ ଜଣେ ଟାଣି ନେଇ ଜାତି ବର୍ଣ୍ଣ ନିର୍ବିଶେଷରେ ଆବାଳ ବୃଦ୍ଧ ବନିତା ବାଣ୍ଟି ଖାଇଥିଲେ । ତେବେ ଏହି ଅନନ୍ୟ ପରମ୍ପରାର ଏକ ଅଂଶ ହୋଇଥିବା ଯୋଗୁଁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଚିର ରୁଣୀ ରହିବେ ବୋଲି ଟାଉନ ଥାନା ଆଇଆଇସି ଧୀରେନ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଆଜି ଶ୍ରୀଜିଉଙ୍କ ସୁନାବେଶ, ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ଭକ୍ତ

ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା ଯାତ୍ରା ପର୍ଯ୍ୟନ୍ତ ସବୁକିଛି ସୁରୁଖୁରୁରେ ସମ୍ପନ୍ନ ହୋଇ ଯାଇଥିବା ନେଇ ଜଗନ୍ନାଥ ମନ୍ଦିରର ସମ୍ପାଦକ ଜଗବନ୍ଧୁ ସାମଲ ଜଣାଇଛନ୍ତି । ସେହିପରି ଆଜି ତିନି ଠାକୁରଙ୍କ ସୁନାବେଶ ଓ ଅଧରପଣା ନୀତି ହେବାକୁ ଥିବା ବେଳେ ଆସନ୍ତାକାଲି ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରି ବିଜେ କରିବେ ବୋଲି ଜଗବନ୍ଧୁ ସାମଲ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details