ଓଡିଶା

odisha

ETV Bharat / state

ଆନ୍ଧ୍ର ଗ୍ରାମବାସୀ ଓଡ଼ିଶାରେ ମିଶିବା ପାଇଁ କଲେ ଦାବି

ଦିନକୁ ଦିନ ତେଜିବାରେ ଲାଗିଛି କୋଟିଆ ବିବାଦ । ଆନ୍ଧ୍ର ଗ୍ରାମବାସୀ ଓଡ଼ିଶାରେ ମିଶିବା ପାଇଁ କଲେ ଦାବି । ପୂର୍ବତନ ସାଂସଦ ଜୟରାମ ପାଙ୍ଗିଙ୍କ ଜରିଆରେ କଲେ ନିବେଦନ । ଅଧିକ ପଢନ୍ତୁ....

Andhra villagers demand to join Odisha
ଆନ୍ଧ୍ର ଗ୍ରାମବାସୀ ଓଡ଼ିଶାରେ ମିଶିବା ପାଇଁ କଲେ ଦାବି

By

Published : Mar 13, 2021, 10:07 PM IST

କୋରାପୁଟ : ଦିନକୁ ଦିନ ତେଜିବାରେ ଲାଗିଛି କୋଟିଆ ବିବାଦ । ହେଲେ ଏପଟେ ଏକ ନୂଆ କଥା ସାମ୍ନାକୁ ଆସିଛି । ଆନ୍ଧ୍ରପ୍ରଦେଶର ସାଲୁର୍ ମଣ୍ଡଳମ ଅନ୍ତର୍ଗତ କୋଡମା ପଞ୍ଚାୟତର ରହିଛି । ଏହି ପଞ୍ଚାୟତରେ 18ଟି ଗାଁ ରହିଛି । ଓଡିଶାରେ ମିଶିବା ପାଇଁ ଏକାଠି ହୋଇଥିଲେ 18 ଖଣ୍ତ ଗାଁର ଲୋକେ । ଏନେଇ ଏକ ସଭାର ଆୟୋଜନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଯୋଗ ଦେଇଥିଲେ । 18 ଖଣ୍ତ ଗାଁର ମୁଖିଆ ସାମିଲ ହୋଇ ନିଜ ଗାଁର ସମସ୍ୟା ଜଣାଇଥିଲେ ।

ଆନ୍ଧ୍ର ଗ୍ରାମବାସୀ ଓଡ଼ିଶାରେ ମିଶିବା ପାଇଁ କଲେ ଦାବି

କାହିଁକିନା ଆନ୍ଧ୍ର ସରକାର ଏମାନଙ୍କୁ କୌଣସି ମୌଳିକ ସୁବିଧା ଦେଉ ନ ଥିବା ଅଭିଯୋଗ ହୋଇଛି । ସେହି ପଞ୍ଚାୟତରେ ଶିକ୍ଷକ ଓ ଅଙ୍ଗନବାଡି କର୍ମୀ ରହିଛନ୍ତି । ହେଲେ ଅଙ୍ଗନବାଡି ଘର ଖଣ୍ଡେ ନଥିବା ଅଭିଯୋଗ ହୋଇଛି । ଏପରିକି ଯାତାୟାତ ପାଇଁ ରାସ୍ତା ନ ଥିବା ମଧ୍ୟ ଦର୍ଶାଇଛନ୍ତି ଗାଁର ମୁଖିଆ । ଏହି ବୈଠକରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । କୋଟିଆ ପଞ୍ଚାୟତର ଅନେକ ବାସିନ୍ଦା ଆନ୍ଧ୍ର ମୁହାଁ ହେଉଥିବାବେଳେ ଆନ୍ଧ୍ରର ଗ୍ରାମବାସୀ ଓଡିଶା ମୁହାଁ ହେବା ଚର୍ଚ୍ଚାର ବିଷୟ ପାଲଟିଛି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details