କୋରାପୁଟ: ଭତ୍ତା ଟଙ୍କା ପାଇଁ ହିତାଧିକାରୀକୁ ଯିବାକୁ ପଡିବ ବ୍ୟାଙ୍କ । ଭତ୍ତା ଟଙ୍କା ହେରଫେରକୁ ରୋକିବା ପାଇଁ ହିତାଧିକାରୀଙ୍କୁ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଭତ୍ତା ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ଏଭଳି ସ୍ଥିତିରେ ଘରୁ ପାଦ ବାହାର କରି ନିଜ ଗାଁରେ ଥିବା ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା କାଠିକର ପାଠ ହୋଇଛି । ବର୍ତମାନ ସରକାର ବ୍ୟାଙ୍କରୁ ଭତ୍ତା ନେବା ପାଇଁ ନିର୍ଦ୍ଦେଶ ଜାରି କରିବା ପରେ ବୟସ୍କଙ୍କ ମଧ୍ୟରେ ଭାଳେଣି ପଡିଯାଇଛି ।
କୋରାପୁଟ ଜିଲ୍ଲା ମହାଦେଇପୁଟର କିଛି ବୟସ୍କ ଚାଲିବା ପାଇଁ କଷ୍ଟ ଅନୁଭବ କରୁଛନ୍ତି । ଏହା ସହ ଅନ୍ୟମାନଙ୍କ ପାଇଁ 12 କିଲୋମିଟର ଦୂର କୋରାପୁଟ ଯାଇ ବ୍ୟାଙ୍କରୁ ଭତ୍ତା ନେବା ବ୍ୟୟସାପେକ୍ଷ ହୋଇପଡିଛି । ତେଣୁ ସାମାଜିକ ସୁରକ୍ଷାର ସୁବିଧାକୁ ହିତାଧିକାରୀଙ୍କ ଠାରୁ ଦୂରେଇଦେବା ପାଇଁ ସରକାର ନେଇଥିବା ଏପରି ପଦକ୍ଷେପରେ ହତାଶ ହୋଇ ବୟସ୍କା ମହିଳା ମାନେ ଭତ୍ତା ନ ନେବା ହିଁ ଶ୍ରେୟସ୍କର ବୋଲି ମଣିଲେଣି । ସ୍ଥାନୀୟ ବୟସ୍କଙ୍କ ଏପରି ଦୂରାବସ୍ଥା ଦେଖି ସରକାର ଏ ଦିଗରେ ପୁନର୍ବିଚାର କରିବାର ଆବଶ୍ୟକତା ରହିଛି ବୋଲି ସ୍ବେଚ୍ଛାସେବୀ ଦାବି କରିଛନ୍ତି । ସେପଟେ ଏହାକୁ ନେଇ ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢ଼ୀ କହିଛନ୍ତି ଯେ କୋରାପୁଟ ଏକ ଆଦିବାସୀ ବହୁଳ ଅଞ୍ଚଳର ହୋଇଥିବାବେଳେ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ନାହିଁ । ତେବେ ଏଭଳି ସ୍ଥିତିରେ ଭତ୍ତା ଟଙ୍କା ଲୋକଙ୍କୁ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ପତ୍ର ଲେଖିଥିବା କହିଛନ୍ତି ।