ଓଡିଶା

odisha

By

Published : Nov 26, 2019, 9:36 PM IST

ETV Bharat / state

ସରିଲା ‘ପରବ’, ଅଳିଆ କୁଣ୍ଡରେ ଭର୍ତ୍ତି କଲେଜ କ୍ୟାମ୍ପସ

କୋରାପୁଟର ରାଜ୍ୟସ୍ତରୀୟ 'ପରବ ମହୋତ୍ସବ' ସମ୍ପନ୍ନ ହେବାପରେ ଏବେ ମେଳା ଓ ବଜାର ଛାଡିଯାଇଥିବା ଜରି ଓ ଅଳିଆକୁ ନେଇ ଏବେ ଚିନ୍ତା ଦେଖାଦେଇଛି ।

ଚିନ୍ତା ବଢାଉଛି ଅଳିଆ
ସରିଲା ପରବ ଉତ୍ସବ, ଏବେ ଚିନ୍ତା ବଢାଉଛି ଅଳିଆ

କୋରାପୁଟ: ଜିଲ୍ଲାରେ ଚଳିତ ମାସ 16 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ 'ପରବ ମହୋତ୍ସବ' ତଥା ପଲ୍ଲୀଶ୍ରୀ ମେଳା ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ତେବେ ଏହି ଉତ୍ସବ ସରିବା ପରେ ମେଳା ଓ ବଜାର ଛାଡିଯାଇଥିବା ଜରି ଓ ଅଳିଆକୁ ନେଇ ଏବେ ଚିନ୍ତା ଦେଖାଦେଇଛି ।

ସରିଲା ପରବ ଉତ୍ସବ, ଏବେ ଚିନ୍ତା ବଢାଉଛି ଅଳିଆ

ଏହି ଉତ୍ସବ ଲାଣ୍ଡିଗୁଡାସ୍ଥିତ ସରକାରୀ ମହାବିଦ୍ୟାଳୟର ଖେଳ ପଡ଼ିଆରେ ଆୟୋଜିତ ହୋଇଥିବା ଯୋଗୁଁ ଉତ୍ସବ ଆୟୋଜକଙ୍କ ଦ୍ବାରା ଅଳିଆ ପରିଷ୍କାର କରାନଯିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚାପା ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଅରମାସର ଷ୍ଟଲ ଗୁଡିକ ଉଠିବା ପରେ ମଙ୍ଗଳବାର ଠାରୁ ପୌରପାଳିକା ଅଳିଆ ଉଠାଇବା ଆରମ୍ଭ କରିଥିଲେ ହେଁ ସହରର ସଫେଇ କାର୍ଯ୍ୟକ୍ରମରେ ନିୟୋଜିତ ଲୋକଙ୍କୁ ହିଁ ଏଠାକୁ ଅଣାଯାଇ ସଫେଇ କରିବାକୁ ପଡୁଥିବା ଯୋଗୁଁ ପଡିଆକୁ ସଫା କରିବାରେ ବିଳମ୍ବ ହେଉଛି ।

ଅନ୍ୟପଟେ ଆସନ୍ତା ଦୁଇଦିନ ମଧ୍ୟରେ ପଡିଆକୁ ସଫା କରାଯାଇପାରିବାର ଆଶା ରହିଛି ବୋଲି ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details