କୋରାପୁଟ:56 ଘଣ୍ଟା ପରେ ଘଟଣାସ୍ଥଳରୁ ଉଠିଲା ମୃତଦେହ । କଥାଟି ଆଶ୍ଚର୍ଯ୍ୟ ଲାଗୁ ଥିଲେ ମଧ୍ୟ ସତ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଦାମନଯୋଡି ସ୍ଥିତ ନାଲକୋ କମ୍ପାନୀ ପରିସରରେ । ସୂଚନା ଅନୁସାରେ, ମଙ୍ଗଳବାର ଦିନ ନାଲକୋ କମ୍ପାନୀରେ କାର୍ଯ୍ୟ କରୁଥିବା ସମୟରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏନେଇ କ୍ଷତି ପୂରଣ ଦାବିରେ ନାଲକୋ ହସ୍ପିଟାଲ ସମ୍ମୁଖରେ ମୃତଦେହକୁ ରଖି ସାଥି କର୍ମଚାରୀମାନେ ଧାରଣାରେ ବସିଥିଲେ ।
56 ଘଣ୍ଟା ପରେ ଉଠିଲା ମୃତଦେହ, ପ୍ରତ୍ୟାହୃତ ହେଲା ଧାରଣା
କୋରାପୁଟ ଦାମନଯୋଡି ସ୍ଥିତ ନାଲକୋ କମ୍ପାନୀ ପରିସରରେ ଶ୍ରମିକଙ୍କ ମୃତ୍ୟୁ ଘଟଣା । 56 ଘଣ୍ଟା ପରେ ଘଟଣାସ୍ଥଳରୁ ଉଠିଲା ମୃତଦେହ । ଅଧିକ ପଢନ୍ତୁ...
56 ଘଣ୍ଟା ପରେ ଉଠିଲା ମୃତଦେହ, ପ୍ରତ୍ୟାହୃତ ହେଲା ଧାରଣା
ତେବେ ଦୀର୍ଘ ଛପନ ଘଣ୍ଟା ପରେ ନାଲକୋର ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ । ପରେ ଆନ୍ଦୋଳନରତ ବ୍ୟକ୍ତିଙ୍କ ସହ ଆଲୋଚନା କରି ମୃତବ୍ୟକ୍ତିଙ୍କ ପରିବାରକୁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦେବା ସହ ତାଙ୍କ ପରିବାରକୁ ପେନସନ ଓ ଜଣକୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିଶ୍ରୁତି ମିଳିବା ପରେ ମୃତଦେହକୁ ସେହିଠାରୁ ଉଠାଇବା ସହ ଧାରଣାକୁ ପ୍ରତ୍ୟାହୃତ କରାଯାଇଥିଲା । ତେବେ ଏ ସଙ୍କ୍ରାନ୍ତରେ ନାଲକୋ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ