କୋରାପୁଟ:ଅପରାଧ ଘଟାଇବା ବର୍ଷେ ପରେ ଅଭିଯୁକ୍ତକୁ ପୋଲିସର ଜିମା ଦେଇଥିଲେ ପରିବାର ଲୋକେ। ଜିମା ଦେବାର ଏକ ଘଣ୍ଟା ମଧ୍ୟରେ ପୋଲିସ ଉପସ୍ଥିତିରେ ଥାନା ଭିତରୁ ଫେରାର ହେଲା ଅଭିଯୁକ୍ତ । ଏଭଳି ଘଟଣା ଘଟିଛି କୋରାପୁଟ ଟାଉନ ଥାନାରେ । ଅଭିଯୁକ୍ତ ଜଣଙ୍କ ଜୟପୁର ହାନା ଗୁଡ଼ା ଅଞ୍ଚଳର ରାହୁଲ ବାଘ । ପୋଲିସ କୋରାପୁଟର ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ-ଗୌରୀ ମିଶ୍ର ହତ୍ୟା ମାମଲା; ପୁଣି ୪ ଅଭିଯୁକ୍ତ ଗିରଫ, ଏବେ ମଧ୍ଯ ୨ ମୁଖ୍ୟ ଅଭିଯୁକ୍ତ ଫେରାର
ଡ଼ିସେମ୍ବର 2022ରେ କୋରାପୁଟ ସହରର ଅଭିଷେକ ମାଝୀ ନାମକ ଯୁବକ ନିଜ ସମ୍ପର୍କୀୟ ଭଉଣୀର ବିବାହ ପାଇଁ ସ୍ଥାନୀୟ 4 ଜଣ ଯୁବକଙ୍କ ସହିତ ବାଇକ କିଣିବା ପାଇଁ ଜୟପୁର ଯାଇଥିଲେ । କିନ୍ତୁ ଆଉ ଘରକୁ ଫେରି ନଥିଲେ । ଏନେଇ 10 ଡ଼ିସେମ୍ବରରେ କୋରାପୁଟ ସଦର ଥାନାରେ ପରିବାର ଲୋକେ ନିଖୋଜ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ବିଭିନ୍ନ ଜାଗାରେ ଖୋଜି ଖୋଜି କରିଥିଲା। 13 ତାରିଖ ଦିନ କୋରାପୁଟ ଜୟପୁର ମୁଖ୍ୟ ରାସ୍ତା ବିଲା ଘାଟି ଜଙ୍ଗଲରୁ ଯୁବକଙ୍କ ମୃତଦେହ ମିଳିଥିଲା । ପୋଲିସ ତଦନ୍ତ କରି ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପରିବାରଙ୍କୁ ଜଣାଇଥିଲେ।