ଓଡିଶା

odisha

ETV Bharat / state

ଜୁବୁଲି ଘାଟିରେ ଓଲଟିଲା ଟ୍ରକ, ଡ୍ରାଇଭର ମୃତ

କଲିକତାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ପାଇପ ବୋଝେଇ ଟ୍ରକ କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଜୁବୁଲି ଘାଟିରେ ରବିବାର ସକାଳେ ଓଲଟିପଡିଛି । ଫଳରେ ଘଟଣା ସ୍ଥଲରେ ଟ୍ରକ ଚାଳକର ମୃତ୍ୟୁ ଘଟିଛି ।

By

Published : Jul 26, 2020, 6:47 PM IST

accident
ଜୁବୁଲି ଘାଟିରୁ ଓଲଟିଲା ଟ୍ରକ

କୋରାପୁଟ: ଟ୍ରକ ଓଲଟି ଡାଇଭରଙ୍କ ମୃତ୍ୟୁ । କଲିକତାରୁ ରାୟପୁର ଅଭିମୁଖେ ଯାଉଥିବା ଏକ ପାଇପ ବୋଝେଇ ଟ୍ରକ କୋରାପୁଟ ଓ ଜୟପୁର ମଧ୍ୟରେ ଥିବା ଜୁବୁଲି ଘାଟିରେ ରବିବାର ଓଲଟିପଡିଛି । ଫଳରେ ଘଟଣା ସ୍ଥଲରେ ଟ୍ରକ ଚାଳକର ମୃତ୍ୟୁ ଘଟିଛି ।

ଜୁବୁଲି ଘାଟିରୁ ଓଲଟିଲା ଟ୍ରକ

ଟ୍ରକଟି ଘାଟି ତଳକୁ ଖସି ଯାଇଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଟ୍ରକର ହେଲ୍ପରକୁ ପୋଲିସ ପଚରାଉଚୁରା କରି ଟ୍ରକ ମାଲିକଙ୍କ ସହ ଯୋଗାଯୋଗ କରିବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ଟ୍ରକ ଚାଳକର ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details