କୋରାପୁଟ: ରେଳ ଧାରଣା ପାର ସମୟରେ ମୃତ୍ୟୁମୁଖରେ ପଡିଛନ୍ତି ସୁନାବେଡା ନିବାସୀ ସୁଭଦ୍ରା ଷଡଙ୍ଗୀ । ସୁଭଦ୍ରାଙ୍କ ସ୍ବାମୀ କେଦାରନାଥ ଦାସ ଏଚଏଏଲର କର୍ମଚାରୀ ହୋଇଥିବାରୁ ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଏଚଏଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅପରାହ୍ନରେ ଆଖି ବୁଜିଛନ୍ତି ସୁଭଦ୍ରା ।
ସୂଚନା ଅନୁଯାୟୀ ଡୁମୁରିପୁଟ ରେଳ ଷ୍ଟେସନରେ ଭୁବନେଶ୍ବରରୁ ଜଗଦଲପୁର ଅଭିମୁଖେ ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସରୁ ଓହ୍ଲାଇ ସୁନାବେଡା ଯିବା ପାଇଁ ବାହାରିଥିଲେ ସୁଭଦ୍ରା । ତେବେ ସୁଭଦ୍ରା ରେଳ ଧାରଣା ପାର ହେଉଥିବା ସମୟରେ ହଠାତ ଦାମନଯୋଡି ଅଭିମୁଖେ ଯିବାକୁ ଥିବା ମାଲବାହୀ ଟ୍ରେନ ଗଡିବା ଆରମ୍ଭ କରିଥିଲା ।