ଓଡିଶା

odisha

ETV Bharat / state

ଚିକିତ୍ସାରେ ବିଳମ୍ବ, ଚାଲିଗଲା ଜୀବନ - treatment

ମୁଣ୍ଡରେ ଟାଙ୍ଗିଆ ଚୋଟ ଖାଇ ଦୀର୍ଘ ୨୪ ଘଣ୍ଟା ପର୍ଯ୍ୟନ୍ତ  ନିଜ ଜୀବନ ସହ ସଙ୍ଘର୍ଷ କରିଥିଲେ । ଚିକିତ୍ସା ବିଳମ୍ବ ହେବାରୁ ଶେଷରେ ହରାଇଲେ ନିଜ ଜୀବନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 23, 2019, 10:24 PM IST

କୋରାପୁଟ: ମୁଣ୍ଡରେ ପଡିଥିଲା ଟାଙ୍ଗିଆ ଚୋଟ । ଏପରି ଅବସ୍ଥାରେ ଦୀର୍ଘ ୨୪ ଘଣ୍ଟା ଧରି ନିଜ ଜୀବନ ସହ ସଙ୍ଘର୍ଷ କରିଥିଲେ ଜଣେ ଅଜଣା ବ୍ୟକ୍ତି। ଅଚେତ ଅବସ୍ଥାରେ ପଡି ରହିଲେ ହସ୍ପିଟାଲ ଶଯ୍ୟାରେ । ମୁଣ୍ଡର ଗଭୀର ଭାଗରେ ଆଘାତ ଲାଗିଥିବାରୁ ଚିକିତ୍ସାରେ ବିଳମ୍ବ ହୋଇଥିଲା । ଶେଷରେ ହରାଇଥିଲେ ନିଜ ଜୀବନ ।

ସୂଚନା ମୁତାବକ, ନବରଙ୍ଗପୁରର ଆମ୍ବୁଲାନ୍ସ ଗତକାଲି ରାତିରେ ଏକ ଅଜଣା ବ୍ୟକ୍ତିଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଆଣି କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଛାଡି ଚାଲିଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ସେହି ଅଜଣା ବ୍ୟକ୍ତିଙ୍କ ଚିକିତ୍ସା ଆରମ୍ଭ କରିଥିଲେ ହସ୍ପିଟାଲ କର୍ମଚାରୀ । ତେବେ ସେ ଅତ୍ୟଧିକ ଗୁରୁତର ଥିବାରୁ ତାଙ୍କୁ କୋରାପୁଟରେ ଚିକିତ୍ସା କରିବା ସମ୍ଭବ ନଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କିନ୍ତୁ ଅଜଣା ବ୍ୟକ୍ତିଙ୍କ ସହ କେହିନଥିବାରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇପାରି ନଥିଲେ ମେଡିକାଲ କର୍ତ୍ତୃପକ୍ଷ । ସେପଟେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଶେଷରେ ଆଜି ସନ୍ଧ୍ୟାରେ ବ୍ରହ୍ମପୁର ପଠାଇବା ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବା ମଧ୍ୟରେ ବ୍ୟକ୍ତି ଜଣକ ନିଜ ଜୀବନ ହରାଇଥିଲେ।


କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details