ଓଡିଶା

odisha

ETV Bharat / state

କୋରାପୁଟରେ ନବମ RPDAC ବୈଠକ, ନାଲକୋ ବଖାଣିଲା ବିକାଶମୂଳକ ଯୋଜନା - ନାଲକୋ

ନାଲକୋ ନିଜ ପକ୍ଷରୁ 14ଟି ପ୍ରକଳ୍ପର ଯୋଜନା ପ୍ରସ୍ତୁତ ଓ ଅନୁମୋଦନ କରିଥିବା କଥା ଗୃହରେ ପ୍ରକାଶ କରିଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଏହା ବାବଦରେ ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଲଗାଇଛି ନାଲକୋ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Aug 29, 2019, 6:38 AM IST

କୋରାପୁଟ: ଜିଲ୍ଲାରେ ବୁଧବାର ଦକ୍ଷିଣାଞ୍ଚଳ ଆରଡିସି ଟି. ଆଓଙ୍କ ସଭାପତିତ୍ବରେ RPDAC ବୈଠକ ଅନୁଷ୍ଠିତ ହୋଇଛି l ନାଲକୋ ଦ୍ବାରା ଆୟୋଜିତ ଏହି ବୈଠକରେ କୋରାପୁଟ ସାଂସଦଙ୍କ ସମେତ କୋରାପୁଟ ଓ ପଟାଙ୍ଗିର ବିଧାୟକ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଯୋଗ ଦେଇଥିଲେ । ଏଥିରେ ନାଲକୋ ଜିଲ୍ଲାରେ କରିଥିବା ବିକାଶମୂଳକ ଯୋଜନା ସମ୍ପର୍କରେ ସୂଚନା ରଖିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ନାଲକୋ ନିଜ ପକ୍ଷରୁ 14ଟି ପ୍ରକଳ୍ପର ଯୋଜନା ପ୍ରସ୍ତୁତ ଓ ଅନୁମୋଦନ କରିଥିବା କଥା ଗୃହରେ ପ୍ରକାଶ କରିଥିଲା । ଆରଡିସି ପ୍ରତ୍ୟେକ ପ୍ରକଳ୍ପକୁ RPDACରେ ଅନୁମୋଦନ କରାଇବା ପାଇଁ କମ୍ପାନୀକୁ ତାଗିଦ କରିଥିଲେ l ନାଲକୋର ଇଡି ରବିଶଙ୍କର ଦାସ କମ୍ପାନୀର ସିଏସଆର ପାଣ୍ଠିରୁ କୋରାପୁଟରେ ୪୦ ପ୍ରତିଶତ ଭାଗ ବିନିଯୋଗ କରାଯାଉଥିବା କହିଥିଲେ ।

ଗତ ଦୁଇ ବର୍ଷ ମଧ୍ୟରେ ଏହା ବାବଦରେ ୨୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଲଗାଇଥିବା ଇଡି ସୂଚନା ଦେଇଥିଲେ । ଏହାସହ ଆଗାମୀ ଦିନରେ ୯.୮୧ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଥିବା ସେ ବୈଠକରେ ଜଣାଇଥିଲେ । ତେବେ ସାଂସଦ ସପ୍ତଗିରି ଉଲାକା ସିଏସଆର ପାଣ୍ଠି ବିନିଯୋଗର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଥିଲେ ।

ସେପଟେ ବୈଠକର ପ୍ରାରମ୍ଭରେ ସରପଞ୍ଚମାନେ ମଧ୍ୟ ଆଲୋଚନାରେ ଭାଗ ନେବା ପାଇଁ ଅଡି ବସିଥିଲେ । ଫଳରେ କିଛି ସମୟ ପାଇଁ ସେଠାରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଅତିରିକ୍ତ ଜିଲ୍ଲାପାଳ ସଭାଗୃହ ବାହାରକୁ ଆସି ଏହି ବୈଠକର ନିୟମାବଳୀରେ ସରପଞ୍ଚଙ୍କ ବସିବା ନେଇ ବ୍ୟବସ୍ଥା ନଥିବା ସମ୍ପର୍କରେ ସ୍ପଷ୍ଟ କରିବା ପରେ ବୈଠକ ସୁରୁଖୁରୁରେ ଚାଲିଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details