ଓଡିଶା

odisha

ETV Bharat / state

ପୋଲର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ 8 ଗ୍ରାମବାସୀ - କୋରାପୁଟ ଖବର

ପୋଲର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି । ଏ ନେଇ ପ୍ରଭାବିତ ହୋଇଥିବା 8ଟି ଗ୍ରାମବାସୀ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ତୁରନ୍ତ ମରାମତି କରିବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

8 Villagers demand bridge infront of koraput collector
ପୋଲର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ 8 ଗ୍ରାମବାସୀ

By

Published : Mar 9, 2021, 9:35 PM IST

କୋରାପୁଟ:ଭୁଶୁଡ଼ିଲା ପୋଲର ପୁନରୁଦ୍ଧାର ପାଇଁ ଗ୍ରାମବାସୀଙ୍କ ଦାବି । ଏ ନେଇ ପ୍ରଭାବିତ ହୋଇଥିବା 8ଟି ଗ୍ରାମବାସୀ ଆଜି କୋରାପୁଟ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ତୁରନ୍ତ ମରାମତି କରିବା ପାଇଁ ଦାବି କରିଛନ୍ତି ।

ପୋଲର ପୁନରୁଦ୍ଧାର ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ 8 ଗ୍ରାମବାସୀ

ନନ୍ଦପୁର ବ୍ଲକର ମାଳିବେଲଗାଁ ପଞ୍ଚାୟତ ଅନ୍ତର୍ଗତ ସିଡାପୁଟ ଗ୍ରାମକୁ ସଂଯୋଗ କରୁଥିବା ଏକ ବିପଦସଙ୍କୁଳ ପୋଲ ଭୁଷୁ଼ଡିଛି । ଏହି ପୋଲକୁ ନିର୍ଭର କରୁଥିବା ଆଠ ଖଣ୍ଡ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି । ଗତ କିଛିଦିନ ପୂର୍ବେ ଏହି ପୋଲ ଦେଇ ଏକ ଟ୍ରାକ୍ଟର ଯାଉଥିବାବେଳେ ସମ୍ପୂର୍ଣ୍ଣ ରୂପେ ଭୁଶୁଡି ଯାଇଛି । ପୋଲର ଅପରପାର୍ଶ୍ଵରେ ଥିବା ଆଠଟି ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସିଡାପୁଟ ସମେତ ପଣ୍ଡାପୁଟ , ବଡ଼ଟାଙ୍କୁଆ , ବିଲାଇପୁଟ , ବଦଳିପାଣ୍ଡି , ଗୁଲପଣ୍ଡି ପ୍ରଭୃତି ଗ୍ରାମର ଯୋଗାଯୋଗ ବିଛିନ୍ନ ହୋଇଛି । 40 ହଜାରରୁ ଊର୍ଦ୍ଧ୍ବ ଜନସାଧାରଣ ଏହି ପୋଲ ଉପରେ ନିର୍ଭର କରୁଥିବା ଯୋଗୁଁ ତୁରନ୍ତ ଏହାର ପୁନରୁଦ୍ଧାର ଦାବି କରିଛନ୍ତି । ଏ ନେଇ ସମସ୍ତ ପ୍ରଭାବିତ ଗ୍ରାମଗୁଡିକର ଲୋକେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details