କୋରାପୁଟ:76ତମ ସ୍ବାଧୀନତା ଦିବସ ପାଳନ କିରଛ ଦେଶ । ସବୁଠି ଫର ଫର ହୋଇଛି ଦେଶର ପ୍ରତୀକ ତ୍ରିରଙ୍ଗା ପତାକା(National flag) । ଏହି ପବିତ୍ର ଦିନରେ କୋରାପୁଟ ଜିଲ୍ଲାର ବିଭିନ୍ନ ଯୁବ ସଂଗଠନ ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ (Deomali Hill Top)ଉପରେ 40 ଫୁଟ ଉଚ୍ଚତା ବିଶିଷ୍ଟ ପୋଲ ସ୍ଥାପନା କରି ଜାତୀୟ ପତକା ଉତ୍ତୋଳନ କରିଛନ୍ତି । କୋରାପୁଟ, ସେମିଳିଗୁଡା, କୁନ୍ଦୁଲି ସମେତ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ଶହ ଶହ ଯୁବକ ବର୍ଷା ପବନକୁ ଖାତିର ନକରି ଦେଓମାଳି ପର୍ବତ ଶୃଙ୍ଗରେ ଏକତ୍ରିତ ହୋଇ ପତାକା ଉତ୍ତୋଳନ କରିଥିଲେ ।
ଦେଓମାଳି ଓ କୋଟିଆ ଓଡ଼ିଶାର ଏକ ଅଭିନ୍ନ ଅଙ୍ଗ । ଆନ୍ଧ୍ରପ୍ରଦେଶ ଏହି କ୍ଷେତ୍ର ମଧ୍ୟକୁ ଅନୁପ୍ରବେଶ କରିବା ବନ୍ଦ କରିବା ପାଇଁ ଆହ୍ଵାନ ଦେଇଛନ୍ତି ଯୁବ ସଂଗଠନ । ଏଥିସହିତ ଏକ ବିଶାଳକାୟ ଜାତୀୟ ପତକାକୁ ସମସ୍ତେ ହାତରେ ଧରି ପର୍ବତର ଏକ କୋଣରୁ ଆଉ ଏକ କୋଣ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ବାହାରିଥିଲେ । ସ୍ୱାଧୀନତା ଦିବସ ଅବସରରେ କୋରାପୁଟ ଜିଲ୍ଲାର ଯୁବପିଢିକୁ ଏକତ୍ରିତ କରିବାର ପ୍ରୟାସରେ ସହଯୋଗ କରିଥିବା କୋରାପୁଟ ଓଏସ୍ଏପି ତୃତୀୟ ବାଟାଲିୟନ ସଂଘର ସଦସ୍ୟ ଜୟରାମ ପୂଜାରୀ ଜଣାଇଛନ୍ତି ।