ଓଡିଶା

odisha

ETV Bharat / state

ନାରୀ ସଶକ୍ତ ହେଲେ ଅନ୍ୟମାନଙ୍କୁ ସଶକ୍ତ କରିପାରିବ - ଲୋକସଭା ପ୍ରାର୍ଥୀ

କୌଶଲ୍ୟା ଯଦି ସାଂସଦ ଭାବେ ନିର୍ବାଚିତ ହୁଅନ୍ତି ତେବେ ସେ ଶିକ୍ଷା ଏବଂ ନାରୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବେ। ଅଧିକରୁ ଅଧିକ ଆଦିବାସୀ ବାଳିକାଙ୍କୁ ଉଚିତ ଶିକ୍ଷା ଓ ସ୍ୱାସ୍ଥ୍ୟର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କୌଶଲ୍ୟା ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 2, 2019, 10:44 AM IST

କୋରାପୁଟ: ଏପ୍ରିଲ ୧୧ରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ। ଆଉ ଏଥିପାଇଁ ସରଗରମ ହୋଇ ଉଠିଛି ରାଜ୍ୟରାଜନୀତି। କୋରାପୁଟ ଲୋକସଭା ଆସନରେ ବିଜେଡି ଓ ବିଜେପି ମଧ୍ୟର ଚାଲିଛି ଘମାଘୋଟ ଲଢେଇ। ବିଜେପି ପକ୍ଷରୁ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ନିର୍ବାଚନ ଲଢୁଥିବାବେଳେ ବିଜେଡିର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ସ୍ତ୍ରୀ କୌଶଲ୍ୟା। ତେବେ ଆସନ୍ତୁ ଜାଣିବା ସେ ଇଟିଭି ଭାରତର ବିଶେଷ କାର୍ଯ୍ୟକ୍ରମ 'ନେତାଙ୍କୁ ପଞ୍ଚଟି ପ୍ରଶ୍ନ'ରେ ନିଜର କଣ ପ୍ରତିକ୍ରିୟା ଦେଉଛନ୍ତି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଇଲାକା ଲକ୍ଷ୍ମୀପୁରର ଝିଅ ଓ ବୋହୂ ହେଉଛନ୍ତି କୌଶଲ୍ୟା ହିକକା। ସ୍ୱାମୀଙ୍କ ବଦଳରେ ଏଥରେ ସେ ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ପାହାଡ ପର୍ବତରେ ବଢିଥିବା ଏକ ମହିଳା ହୋଇଥିବା ଯୋଗୁଁ ଆଦିବାସୀ ମହିଳାଙ୍କ ଦୁଃଖ କଷ୍ଟକୁ ଭଲଭାବେ ଜାଣିଛନ୍ତି। ଇଟିଭି ଭାରତର ସାକ୍ଷାତକାରରେ କୌଶଲ୍ୟା କହିଛନ୍ତି, ଶିକ୍ଷା ହିଁ ସମସ୍ତ ପ୍ରଗତିର ବାଟ ଦେଖାଇଥାଏ। ତେଣୁ ବାଳିକା ଶିକ୍ଷାର ଉନ୍ନତି ତାଙ୍କର ପ୍ରାଥମିକତା ରହିବ।

କୌଶଲ୍ୟା ଯଦି ସାଂସଦ ଭାବେ ନିର୍ବାଚିତ ହୁଅନ୍ତି ତେବେ ସେ ଶିକ୍ଷା ଏବଂ ନାରୀ ଶଶକ୍ତିକରଣ ଦିଗରେ କାର୍ଯ୍ୟ କରିବେ। ଅଧିକରୁ ଅଧିକ ଆଦିବାସୀ ବାଳିକାଙ୍କୁ ଉଚିତ ଶିକ୍ଷା ଓ ସ୍ୱାସ୍ଥ୍ୟର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ବୋଲି କୌଶଲ୍ୟା ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଧାୟକ ପାଣ୍ଠି ଓ ସାଂସଦ ପାଣ୍ଠି ଅନେକ ସ୍ଥାନରେ ଉପଯୁକ୍ତ ଭାବେ ପହଞ୍ଚି ପାରୁନାହିଁ। ଯେଉଁଥିପାଇଁ ସେ କର୍ମୀଙ୍କ ସହଯୋଗରେ ସେହି ସମସ୍ୟା ସମାଧାନ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି।

ବିଜେଡିର ପୂର୍ବତନ ସାଂସଦ ତଥା ପତି ଝିନ ହିକକା କୋରାପୁଟର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ତେଣୁ ଭବିଷ୍ୟତରେ ଏ ଦିଗରେ କାର୍ଯ୍ୟ ଆଗକୁ ବଢାଇବାରେ କୌଣସି ଅସୁବିଧା ହେବନାହିଁ ବୋଲି କୌଶଲ୍ୟା କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ନୂଆ ଆଶା ଓ ଆକାଂକ୍ଷା ନେଇ ରଣକ୍ଷେତ୍ରକୁ ଓହ୍ଲାଇଥିବା କୌଶଲ୍ୟା କ୍ଷମତାକୁ ଆସିଲା ପରେ ନିଜର ପ୍ରତିଶ୍ରୁତି ରଖୁଛନ୍ତି ନା ଅନ୍ୟମାନଙ୍କ ପରି ଜନତାଙ୍କ ଭୁଆଁ ବୁଲାଉଛନ୍ତି।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details