ଓଡିଶା

odisha

ETV Bharat / state

ବାପଛେଉଣ୍ଡଙ୍କୁ ପର କଲା ମା’: ଆପଣାଇବ ପ୍ରଶାସନ, ରନ୍ଧା ଖାଦ୍ୟ ଦେବାକୁ ନିର୍ଦ୍ଦେଶ

ବାପା ମାଆଛେଉଣ୍ଡ ପିଲା ଉପାସ ରହିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତା ଘୋଷଣା କରାଯାଇଛି । ଅଧିକ ପଢନ୍ତୁ....

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Oct 31, 2019, 9:29 PM IST

କୋରାପୁଟ: ବାପା ପୂର୍ବରୁ ଦୁନିଆ ଛାଡିଥିଲେ । ତିନି ପେଟକୁ ଦାନା ଯୋଗାଉଥିଲେ ମାଆ । ହେଲେ ମା’ ମରିଯିବା ପରେ ଆଉ କେହି ସାହା ହୋଇ ନଥିଲେ । ଏପରିକି ତିନୋଟି ଛୁଆ ଖାଇବାକୁ ନପାଇ ଛଟପଟ ହେଉଥିଲେ । ଦୁଇ ଦିନ ପର୍ଯ୍ୟନ୍ତ ନା ସରକାରୀ ଯୋଜନା ନା କେହି ଲୋକ ତାଙ୍କୁ ସାହା ହୋଇ ନଥିଲେ । ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା ଦଶମନ୍ତପୁର ବ୍ଲକର ବଦଲିକୁଡୁମା ଗାଁରେ । ଶେଷରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠିରୁ 10ହଜାର ଟଙ୍କା, ହରିଶ୍ଚନ୍ଦ୍ର ଯୋଜନାରେ 2 ହଜାର ଟଙ୍କା ଯୋଗାଇ ଦିଆଯାଇଛି । ଏହା ସହିତ ଦଶାହ ପର୍ଯ୍ୟନ୍ତ ତିନି ପିଲାଙ୍କୁ ରନ୍ଧା ଖାଦ୍ୟ ଯୋଗାଇବାକୁ ଅଙ୍ଗନବାଡି କର୍ମୀଙ୍କୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ


ସୂଚନା ଅନୁସାରେ, ଗତକାଲି ବଦଲିକୁଡୁମା ଗାଁର ଜଣେ ମହିଳା ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ସମ୍ପର୍କୀୟମାନେ ଦାହ କରିବାପରେ ନିଜ ନିଜ ବାଟରେ ଚାଲିଯାଇଥିଲେ । ମହିଳାଙ୍କ ଘରେ ଥିବା ଦଶ ବର୍ଷର ଝିଅ ସହ ପାଞ୍ଚ ବର୍ଷ ଓ ଦୁଇ ବର୍ଷର ପୁଅ କଥା କେହି ଭାବି ନଥିଲେ । ତେଣୁ ସେମାନେ ଗତକାଲିଠାରୁ ଉପାସରେ ଥିବା ଦେଖାଯାଇଥିଲା । ତେବେ ବିଳମ୍ବରେ ପ୍ରଶାସନର ଦୃଷ୍ଟି ତିନି ପିଲାଙ୍କ ଉପରେ ପଡିଛି ।


କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details