କୋରାପୁଟ: ଆସନ୍ତା ବର୍ଷ କୋରାପୁଟ ରୁ ୧୦୦ ଟନ୍ ପଣସ ଚିପ୍ସ ଜାତୀୟ ବଜାରକୁ ଯିବ । ଏନେଇ ସୂଚନା ଦେଇଛନ୍ତି ଅରମାସର କୋରାପୁଟ ଜିଲ୍ଲା ଅଧିକାରୀ ରୋଶନ କାର୍ତିକ ।
ଚଳିତ ବର୍ଷ ଖରାଦିନେ କୋରାପୁଟ ଜିଲ୍ଲାର ୭ ଟି ବ୍ଲକରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ତଥା ମହିଳା ଗୋଷ୍ଠୀ ମାଧ୍ୟମରେ ପ୍ରାୟ ୧୦୦୦ ମହିଳାଙ୍କୁ ପଣସ ଚିପ୍ସ ତିଆରି କରିବା ପ୍ରକ୍ରିୟାରେ ଯୋଡିବାରେ ସକ୍ଷମ ହୋଇଥିଲା ଅରମାସ । ଏହି ଚିପ୍ସର ଆଦର ସ୍ଥାନୀୟ ବଜାରରେ ବହୁମାତ୍ରାରେ ଆଦୃତ ହେବା ସହିତ ଭୁବନେଶ୍ବର ଓ ଦିଲ୍ଲୀ ବଜାରରେ ମଧ୍ୟ ଲୋକଙ୍କ ଆଦର ଲାଭ କରିଛି । ତେବେ ବିଶେଷ ଭାବେ ଟିଡିସିସି ଓ ବିଗ ବଜାର ଭଳି ସଂସ୍ଥା କୋରାପୁଟରୁ ବାହାରୁଥିବା ଏହି ଚିପ୍ସ କିଣିବା ପାଇଁ ଆଗ୍ରହ ଦେଖାଇବା ଫଳରେ ଆସନ୍ତା ବର୍ଷ କେବଳ ଏହି ଦୁଇ ସଂସ୍ଥା ୧୦୦ ମେଟ୍ରିକ ଟନ ଚିପ୍ସର ବରାଦ କରିସାରିଥିବା ଶ୍ରୀ କାର୍ତିକ ସୂଚନା ପ୍ରଦାନ କରିଛନ୍ତି ।